civilian flight to orbit
ୱାଶିଂଟନ: ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି। ଏପରି ଏକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଏଲନ ମସ୍କ (Elon Musk)ଙ୍କ ଏକ କମ୍ପାନୀ ସ୍ପେଶ ଏକ୍ସ (SpaceX)।
ସ୍ପେଶ ଏକ୍ସ ଆମରିକାର ଫ୍ଲୋରିଡା ସ୍ଥିତ ନାଶାର କେନେଡି ସ୍ପେଶ ସେଣ୍ଟରର ୪ ଜଣ ସାଧାରଣ ଲୋକଙ୍କୁ ମହାକାଶକୁ ପଠାଇଛି। ଏହି ୪ ଜଣ ମହାକାଶରେ ୪ ଦିନ ଭ୍ରମଣ କରିବା ପରେ ପୃଥିବୀକୁ ଫେରିବେ। ସେମାନଙ୍କୁ ସ୍ପେସ ଏକ୍ସ ଫାଲକନ୍ ୪ଟି ରକେଟ ଜରିଆରେ ମହାକାଶକୁ ପଠାଯାଇଛି। ଏହା ଦ୍ୱାରା ମହାକାଶ ଭ୍ରମଣର ନୂଆ ସମ୍ଭାବନା ଏବେ ସୃଷ୍ଟି ହେବାକୁ ଯାଉଛି। ଲୋକେ ଦେଶ ଭିତରେ ଏବଂ ବିଦେଶରେ ବୁଲିବା ପରେ ଏବେ ମହାକାଶରେ ବି ବୁଲିବାର ଦିନ ଆସିଛି।
ପ୍ରଥମ ଥର ପାଇଁ ମହାକାଶ ଯାତ୍ରାରେ ସାଧାରଣ ଲୋକ । ଏନେଇ ସ୍ପେସ୍ X ଲଞ୍ଚ କରିଛି ' ଅଲ ସିବିଲିୟନ ଇନ୍ସପାରେସନ୍ ମିଶନ୍' । ମହାକାଶକୁ ଯାଉଥିବା ଏହି ୪ ଜଣ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନଠାରୁ ୧୬୦ କିଲୋମିଟର ଉଚ୍ଚ ଉଚ୍ଚ କକ୍ଷପଥରୁ ପୃଥିବୀକୁ ପରିକ୍ରମା କରିବା ସହ ସେଠାରେ ୩ ଦିନ ବିତାଇବେ । ପୃଥିବୀ କକ୍ଷକୁ ଯାଉଥିବା ଏହା ହେଉଛି ପ୍ରଥମ ନନ୍ ପ୍ରଫେସନାଲ ମହାକାଶଚାରୀଙ୍କ କ୍ରୁ, ଯାହାର ନାଁ ରଖାଯାଇଛି ଇନ୍ସପାରେସନ ୪ । ଏଲନ୍ ମସ୍କ କମ୍ପାନୀ ପକ୍ଷରୁ ଗତକାଲି ରାତିରେ ସ୍ପେସ୍ ଏକ୍ସର ପ୍ରଥମ ନନ୍ ପ୍ରଫେସନାଲ ମହାକାଶଚାରୀ କ୍ରୁକୁ ମହାକାଶ ଯାତ୍ରା ପାଇଁ ପଠାଯାଇଛି ।
ଏହି ଯାତ୍ରୀମାନେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନଠାରୁ ୧୬୦ କିଲୋମିଟର ଉଚ୍ଚ କକ୍ଷପଥରୁ ସାରା ପୃଥିବୀ ଭ୍ରମଣ କରି ସେଠାରେ ୩ ଦିନ ବିତାଇବେ । ପରେ ମହାକାଶଯାନ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କରି ଫ୍ଲୋରିଡା ଉପକୂଳ ନିକଟରେ ଅବତରଣ କରିବ । ଏହି ମଶନ୍ର ନେତୃତ୍ୱ ନେଉଛନ୍ତି ୩୮ ବର୍ଷିୟ ଇସାକମେନ । ଇସାକମେନ ହେଉଛନ୍ତି ପେମେଣ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ । ସେ ୧୬ ବର୍ଷର ହୋଇଥିବାବେଳେ ଏହି କମ୍ପାନୀର ଆରମ୍ଭ କିରିଥିଲେ । ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କଙ୍କ ସ୍ପେସ୍ ଟୁରିଜିମ୍ ଜଗତରେ ଏହା ପ୍ରଥମ ଏଣ୍ଟ୍ରି । ହେଲେ ତାଙ୍କ ପୂର୍ବରୁ ବ୍ଲୁ ଅରିଜିନ୍ ଏବଂ ଭର୍ଜିନ୍ ସ୍ପେସ୍ ସିପ୍ ମଧ୍ୟ ପ୍ରାଇଭେଟ୍ ସ୍ପେସ୍ ଟୁର୍ରେ ନିଜ ଉଡାଣ ଭରିଥିଲେ ।
Also Read
ଇସାକମେନଙ୍କ ବ୍ୟତୀତ ଏହି ଟ୍ରିପ୍ରେ ହେଲି ଆରକାନୋ ମଧ୍ୟ ସାମିଲ ଅଛନ୍ତି । ୨୯ ବର୍ଷୀୟ ହେଲି ଜଣେ କର୍କଟ ରୋଗୀ ଥିଲେ । ସେ ସେଣ୍ଟ ଜୁଡେ ଶିଶୁ ରିସର୍ଚ ହସପିଟାଲର ଜଣେ ଫିଜିଏସିଆନ୍ ଆସିଷ୍ଟାଣ୍ଡ ଅଛନ୍ତି । ଏହି ମିଶନର ନେତୃତ୍ୱ ନେଉଥିବା ଇସାକମେନ ଡାକ୍ତରଖାନାକୁ ୧୦୦ ମିଲିୟନ୍ ଡଲାର୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ମିଶନରୁ ସେମାନେ ଆଉ ୧୦୦ ମିଲିୟନ୍ ଡଲାର୍ ଯୋଗାଡ କରିବାକୁ ଚାହୁଁଛନ୍ତି। ଏହି ଯାତ୍ରାରେ ଆମେରିକାର ବାୟୁସେନା ପାଇଲଟ୍ କ୍ରିସ୍ ସେମ୍ବ୍ରୋସ୍କି ଏବଂ ୫୧ ବର୍ଷିୟ ସାନ୍ ପ୍ରକ୍ଟର ମଧ୍ୟ ସାମିଲ ଅଛନ୍ତି । ୫୧ ବର୍ଷିୟ ପ୍ରୋକ୍ଟର ଆରିଜୋନାରେ ଥିବା ଏକ କଲେଜରେ ଭୂବିଜ୍ଞାନର ପ୍ରଫେସର ଅଛନ୍ତି । ହେଲେ ସୋମ୍ର୍ୱୋସ୍କି ମହାକାଶକୁ ଯାଉଥିବା ସବଠୁ କମ୍ ବୟସର ଆମେରୀକିୟ ନାଗରିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
