Advertisment

Axiom-4 mission launch postponed: ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ Axiom-4; ଏଇ କାରଣରୁ ସ୍ଥଗିତ ହେଲା ISS ଯାତ୍ରା

ଜୁନ୍ ୧୧ ତାରିଖରେ ଉଡ଼ାଣ ଭରିବାକୁ ଥିବା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ଲିକୁଇଡ ଅକ୍ସିଜେନ ଲିକେଜ ପାଇଁ ସ୍ଥଗିତ ହୋଇଛି।

ଅଦ୍ୟତନ ହୋଇଛି
Axiom-04 mission postponed

Axiom-04 mission postponed

Advertisment

ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ମିଶନ। ଏ ନେଇ ସ୍ପେଶ୍ ଏକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମିଶନ ଲଞ୍ଚ ନେଇ ସ୍ଥିର ହୋଇଥିଲା। ଲିକୁଇଡ ଅକ୍ସିଜେନ ଲିକେଜ ପାଇଁ ମିଶନ ସ୍ଥଗିତ ହୋଇଛି। ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ ବୋଲି ସୂଚନା ମିଳିଛି। ଫାଲକନ୍ 9 ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ ବେଳେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବାର ଜଣା ପଡିଥିଲା ବୋଲି ଇସ୍ରୋ କହିଛି।

Advertisment

ସୂଚନାଯୋଗ୍ୟ ଫାଲକନ ୯ ଏକ ପୁନଃବ୍ୟବହାର ଯୋଗ୍ୟ ରକେଟ। ଏହାର ପ୍ରଥମ ପର୍ଯ୍ୟାୟ ବୁଷ୍ଟର ମିଶନରୁ ଅଲଗା ହେବା ପରେ ପୃଥିବୀକୁ ଫେରିବ। ପୁନଃନିର୍ମାଣ ପରେ ପୁଣି ବ୍ୟବହାର କରାଯିବ। Axiom-4 ମିଶନରେ ଏହା ଦ୍ବିତୀୟ ଥର ବ୍ୟବହାର କରାଯିବ। ଚଳିତ ବର୍ଷ ଏପ୍ରିଲରେ ଷ୍ଟାରଲିଙ୍କ ମିଶନରେ ଉଡାଣ ଭରିଥିଲା।

ଅଧିକ ପଢ଼ନ୍ତୁ: ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍‌-୪ ପୁଣି ସ୍ଥଗିତ; ଏହି ଦିନ ISSକୁ କରିବେ ଯାତ୍ରା

Advertisment

ଜୁନ୍ ୧୦ରେ ପୂର୍ବରୁ ମିଶନ ଆରମ୍ଭ ନେଇ ଘୋଷଣା କରାଯାଇଥିଲା। ପରେ ଏହାକୁ ଜୁନ୍ ୧୧କୁ ଘୁଞ୍ଚା ଯାଇଥିଲା। ବିଭିନ୍ନ କାରଣରୁ ଏହି ମିଶନକୁ ୪ ଥର ସ୍ଥଗିତ ରଖାଗଲାଣି। ଭାରତ, ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ଆଜି ଆମେରିକାର ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆକ୍ସିଅମ୍-୪ର ଉତକ୍ଷେପଣ କାର୍ଯ୍ୟକ୍ରମ ଥିଲା।

ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିଥାନ୍ତେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା ହେବା ପରେ ମିଶନରେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ। ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶକୁ ଉଡ଼ାଣ ଭରିବେ। ଆକ୍ସିଅମ୍-୪ ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଏହି ଭାରତୀୟ ବାୟୁସେନା ଅଧିକାରୀ। ଇସ୍ରୋର ମିଶନ୍ ଗଗନଯାନ ପାଇଁ ସାଉଁଟିବେ ବହୁମୂଲ୍ୟ ଅଭିଜ୍ଞତା। ଏହି ଅଭିଯାନ ଆକ୍ସିଅମ୍ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋର ମିଳିତ ପ୍ରୟାସ।

Advertisment

ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ମହାକାଶକୁ ଯାଉଥିବା ବେଳେ, ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ୧୪ ଦିନ ରହିବେ। 

ଅଧିକ ପଢନ୍ତୁ: ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍; ସାଥିରେ ନେବେ ଭାରତୀୟ ଖାଦ୍ୟ ଓ ହଂସ

International Space Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ