Advertisment

Shubhanshu Shukla: ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା; ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ...

ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା: ୪ ମହାକାଶଚାରୀଙ୍କୁ ଧରି କାଲିଫର୍ଣ୍ଣିଆ ତଟ ସମୁଦ୍ର ଭିତରେ ଅବତରଣ କଲା ସ୍ପେଶ କ୍ୟାପସୁଲ ... ଆକ୍ସିଅମ-୪ ମିଶରେ ମହାକାଶ ଯାଇଥିଲେ ଶୁଭାଂଶୁ ... ରାକେଶ ଶର୍ମାଙ୍କ ମହାକାଶ ଯିବାରେ ଶୁଭାଂଶୁ ଦ୍ବିତୀୟ ଭାରତୀୟ ...

Group Captain Shubhanshu Shukla

Group Captain Shubhanshu Shukla

Advertisment

ଇତିହାସ ରଚିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ସଫଳତାର ସହ ପୃଥିବୀ ପୃଷ୍ଠରେ ଓହ୍ଲାଇଲେ । ବାହୁଡ଼ିଲେ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ । କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଓହ୍ଲାଇଲେ । ଟେଲିଭିଜନ୍ ପରଦାରେ ଭାବବିହ୍ବଳ ହେଲେ ପରିବାର ।

Advertisment

ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ୧୮ ଦିନ ବିତାଇବା ପରେ, ଗତକାଲି ସେଠାରୁ ପୃଥିବୀ ଅଭିମୁଖେ ବାହାରିଥିଲେ ଆକ୍ସିଅମ୍-୪ର ୪ ଜଣ ମହାକାଶଚାରୀ। ଭାରତୀୟ ସମୟ ଅପରାହ୍ଣ ପ୍ରାୟ ୩ଟା ବେଳେ ଆମେରିକାର କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଖସିଛି ସ୍ପେସ କ୍ୟାପସୁଲ୍। ପ୍ରାୟ ୧୨୦ କିଲୋମିଟର ଉପରୁ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ବେଗରେ ଖସିଥିଲା। ବାୟୁମଣ୍ଡଳ ସହ ଘର୍ଷଣର ତୀବ୍ରତା ଏତେ ଅଧିକ ରହିଥିଲା ଯେ, ମହାକାଶଯାନଟି ୧୨ରୁ ୧୫ ମିନିଟ୍ ପାଇଁ ଅଗ୍ନିପିଣ୍ଡୁଳା ପାଲଟିଯାଇଥିଲା।

ବାହାରପଟେ ତାପମାତ୍ରା ଥିବ ୧୯ଶହ ଡିଗ୍ରୀ ସେଲସିୟସ୍। ଭିତରେ ଶରୀର ଓଜନ ସ୍ବାଭାବିକଠୁ ୪ ଗୁଣ ଅନୁଭବ କରିଥିଲେ ମହାକାଶଚାରୀ। ବ୍ଲାକଆଉଟ୍ ଫେଜ୍ ରେ ୬ରୁ ୭ ମିନିଟ୍ ପାଇଁ ଗ୍ରାଉଣ୍ଡ ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଶେଷରେ ୨ଟି ପର୍ଯ୍ୟାୟରେ ପ୍ରଥମେ ୨ଟି ଡ୍ରଗ୍ ପାରାସୁଟ୍ ଓ ପରେ ୪ଟି ବଡ଼ ମେନ୍ ପାରାସୁଟ୍ ଖୋଲି ଏହାର ବେଗକୁ ହ୍ରାସ କରିବ।

Advertisment

ଅପରାହ୍ଣ ପ୍ରାୟ ୩ଟା ବେଳେ ମଝି ସମୁଦ୍ରରେ ସୁରକ୍ଷିତ ଭାବେ ଖସିବ ଶୁଭାଂଶୁଙ୍କ ମହାକାଶଯାନ। ସେଠାରେ ପୂର୍ବରୁ ମହଜୁଦ ଥିବା ରେସ୍କ୍ୟୁ ଜାହାଜ ଓ ଉଦ୍ଧାରକାରୀ ଦଳ ୪ ମହାକାଶଚାରୀଙ୍କୁ ଉଦ୍ଧାର କରିବା ପରେ, ସେମାନଙ୍କୁ ନାସା ବେସ୍ କୁ ନିଆଯିବ। ଏହାପରେ ସେମାନଙ୍କୁ ୭ ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ। ନାସାରୁ କ୍ଲିଅରାନ୍ସ ପାଇଲେ ଭାରତ ଫେରିବେ ଦେଶର ଦ୍ବିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। 

Spaces
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ