Advertisment

ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂକୁ ନେଇ ବଡ଼ ସୂଚନା- ଏପରି ହେଲେ ୨ ଘଣ୍ଟା ପୂର୍ବରୁ ବଦଳିପାରେ ନିଷ୍ପତ୍ତି...

ଆସନ୍ତାକାଲି ନହେଲେ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରୟାନ-୩। କାଲି ଯଦି ପରିସ୍ଥିତି ଅନୁକୂଳ ନହେଲା, ୨୭ରେ ଲ୍ୟାଣ୍ଡିଂ କରାଯିବ। ଏନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Senior Scientist Of ISRO Over Chandrayaan 3 Landing

Senior Scientist Of ISRO Over Chandrayaan 3 Landing

ଆସନ୍ତାକାଲି ନହେଲେ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରୟାନ-୩(Chandrayaan-3)। କାଲି ଯଦି ପରିସ୍ଥିତି ଅନୁକୂଳ ନହେଲା, ୨୭ରେ ଲ୍ୟାଣ୍ଡିଂ କରାଯିବ। ଏନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।

Advertisment

ବରିଷ୍ଠ ବୈଜ୍ଞାନିକ ନିଲେଶଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ନିଷ୍ପତ୍ତି ବଦଳିପାରେ। ଯଦି ଚନ୍ଦ୍ରର ସ୍ଥିତି ଏବଂ ଲ୍ୟାଣ୍ଡରର ସ୍ଥିତି ଅନୁକୂଳ ନଥାଏ, ତା’ହେଲେ ଘୁଞ୍ଚା ଯାଇପାରେ। ଯଦି ସବୁ ଠିକ୍‌ ରୁହେ ତା’ହେଲେ ନିର୍ଦ୍ଧାରିତ ସମୟରେ କାଲି ଲ୍ୟାଣ୍ଡିଂ କରାଯିବ।

Advertisment

ଆସନ୍ତାକାଲି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ। ସାରା ଦେଶକୁ ଏବେ ଚନ୍ଦ୍ରୟାନ ଫିଭର୍। କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର। ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ।

ଅବତରଣର ୨ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ୩ର ଅବତରଣକୁ ସ୍ଥଗିତ କରାଯାଇପାରେ। ଆସନ୍ତା ୨୭ ତାରିଖରେ ଚନ୍ଦ୍ରୟାନ -୩ର ଅବତରଣ କରାଯିବ ବୋଲି ଇସ୍ରୋର ସ୍ପେସ୍‌ ଆପ୍ଲିକେସ୍‌ ସେଣ୍ଟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅବତରଣ ପ୍ରକ୍ରିୟା କାଲି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।

Chandrayaan-3
Advertisment
Advertisment