Advertisment

Russia Unveils Cancer Vaccine Enteromics: ହାରିବ ମାରାତ୍ମକ ରୋଗ କର୍କଟ; ବାହାରିଲା ଭ୍ୟାକସିନ୍...

ମାରାତ୍ମକ କର୍କଟ ରୋଗ ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରିଛି ରୁଷ। ଯାହାର ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଛି।

Russia Unveils Cancer Vaccine Enteromics

Russia Unveils Cancer Vaccine Enteromics

Advertisment

ହାରିବ କ୍ୟାନସର। ବାହାରିଲା ଭ୍ୟାକସିନ୍। ମାରାତ୍ମକ କର୍କଟ ରୋଗ ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରିଛି ରୁଷ। ଯାହାର ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଛି। ଏହି ଘୋଷଣା କରିଛି ରୁଷର ଫେଡେରାଲ୍ ମେଡିକାଲ୍ ଆଣ୍ଡ ବାୟୋଲୋଜିକାଲ୍ ଏଜେନ୍ସୀ-FMBA। ଏହି ଟିକାର ନାଁ ରହିଛି ଏଣ୍ଟେରୋମିକ୍ସ। ଏବେ କ୍ଲିନିକାଲ୍ ବ୍ୟବହାର ପାଇଁ ଭ୍ୟାକସିନ୍ ପ୍ରସ୍ତୁତ ହୋଇଛି। mRNA-ଆଧାରିତ ଟିକାର ପ୍ରିକ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି।

Advertisment

ଗତ ୩ ବର୍ଷ ମଧ୍ୟରେ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ଏହି ଭ୍ୟାକସିନ୍ ବାରମ୍ବାର ଡୋଜ୍ ସହିତ ମଧ୍ୟ ସୁରକ୍ଷିତ ଓ ଅତ୍ୟନ୍ତ ପ୍ରଭାବୀ। ଏଣ୍ଟେରୋମିକ୍ସ ଟିକା ଟ୍ୟୁମରର ଆକାର ହ୍ରାସ କରୁଛି। ଟ୍ୟୁମର ବୃଦ୍ଧିକୁ ୬୦ରୁ ୮୦% ହ୍ରାସ କରିବାରେ ଉଲ୍ଲେଖନୀୟ ଫଳାଫଳ ଦେଖାଇଛି। ଏହା ବାରମ୍ବାର ବ୍ୟବହାର ପାଇଁ ମଧ୍ୟ ସୁରକ୍ଷିତ। ରୁଷ FMBA ମୁଖ୍ୟ କହିଛନ୍ତି, ପ୍ରତ୍ୟେକ ରୋଗୀଙ୍କ ପାଇଁ ସେମାନଙ୍କ ବ୍ୟକ୍ତିଗତ RNA ଅନୁସାରେ ଟିକାକୁ କଷ୍ଟମାଇଜ୍ କରାଯିବ। ଏଣ୍ଟେରୋମିକ୍ସ ଭ୍ୟାକସିନ୍ କୋଭିଡ୍-୧୯ ଭ୍ୟାକସିନରେ ବ୍ୟବହୃତ mRNA ଟେକ୍ନୋଲୋଜି ଉପରେ ଆଧାରିତ। ଏବେ ସରକାରୀ ଅନୁମୋଦନ ପାଇଁ ଅପେକ୍ଷା ଥିବା କହିଛନ୍ତି FMBA ମୁଖ୍ୟ। ଅଧ୍ୟୟନରୁ ଜଣାପଡିଛି ଯେ ଏଣ୍ଟେରୋମିକ୍ସ ଟିକା ଯୋଗୁଁ ବଞ୍ଚିବା ହାର ବୃଦ୍ଧି ପାଇଛି। ରୁଷର ଏହି ଘୋଷଣା ପରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ନୂଆ ଆଶା ଦେଖାଦେଇଛି।

Cancer Patients Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ