Advertisment

ଅଧିକ ଆଲୋକିତ ହେବ ରାତି ଆକାଶ, ମାଳ ମାଳ ଦିଶିବେ ଉଜ୍ଜ୍ୱଳ ବସ୍ତୁ

ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ।

ଅଦ୍ୟତନ ହୋଇଛି
undefined

Once in 50,000-year comet to shoot past Earth in February

Advertisment

ଆଗକୁ ଅଧିକ ଆଲୋକିତ ହେବ ରାତି। ଉଜ୍ଜଳ ଦିଶିବ ଜହ୍ନ ଆଲୁଅ। ରାତିରେ ଆକାଶରେ ଦିଶିବ ମାଳ ମାଳ ଉଜ୍ୱଳ ବସ୍ତୁ। ଜାନୁଆରୀ ଶେଷ ସପ୍ତାହ କିମ୍ଭା ଫେବୃଆରୀ ପ୍ରଥମ ସପ୍ତାହରେ ଘଟିବ ଏହି ମହାଜାଗତିକ ଘଟଣା। ଅର୍ଥାତ ରାତି ଆକାଶରେ ଦେଖାଯିବ ଅନେକ ଉଜ୍ଜଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର। ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ପରେ ରାତି ଆକାଶରେ ଯେଉଁ ଆଡ଼କୁ ଚାହିଁବେ ଆପଣଙ୍କ ଆଖିକୁ ମହାଜଗତର କିଛି ନା କିଛି ଅତି ଉଜ୍ଜଳ ବସ୍ତୁ ଦେଖିବାକୁ ମିଳିବ।

Advertisment

ସିଧା କହିବାକୁ ଗଲେ ଆଜି ରାତିରେ ଜହ୍ନ ୯୧ ପ୍ରତିଶତ ଅଧିକ ଉଜ୍ଜଳ ଦେଖାଯିବ। ପ୍ରାୟ ୫୦ ହଜାର ବର୍ଷ ପରେ ଏକ ଧୂମକେତୁ ସୂର୍ଯ୍ୟ ଏବଂ ପୃଥିବୀର ନିକଟବର୍ତ୍ତୀ ହେଉଥିବାରୁ ଲାଞ୍ଜିତାରା ଦେଖିବାକୁ ମିଳିବ। ଏହା ସହ ରେଗୁଲସ୍ ନାମକ ତାରାକୁ ଚନ୍ଦ୍ର ଅତିକ୍ରମ କରିବା ବେଳେ ଅଧିକ ଆଲୋକିତ ହେବ। ସେହିପରି ଆସନ୍ତାକାଲି ମଧ୍ୟ ଜହ୍ନ ୮୪ ପ୍ରତିଶତ ଅଧିକ ଆଲୋକିତ ହେବ। ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ। ୧୧ ତାରିଖରେ ଦକ୍ଷିଣ ଆକାଶରେ ଦେଖିବାକୁ ମିଳିବ ମଙ୍ଗଳ ଗ୍ରହ। ଗୁରୁବାର ଅର୍ଥାତ ୧୨ ତାରିଖରେ ଏକ ଧୂମକେତୁ ସୂର୍ଯ୍ୟଙ୍କ ପାଖଦେଇ ଅତିକ୍ରମ କରିବ। ଏହି ଧୂମକେତୁ ଉତ୍ତର ଦିଗରେ ଦେଖିବାକୁ ମିଳିବ। ସେହିଭଳି ୧୪ରେ ଦକ୍ଷିଣ ଆକାଶରେ ବୃହସ୍ପତି ଗ୍ରହକୁ ଦେଖିବାକୁ ମିଳିବ। 

ଏତେସବୁ ମହାଜାଗତିକ ଦୃଶ୍ୟ ଏହି ସପ୍ତାହରେ ରାତି ଆକାଶରେ ଦେଖାଯାଉଥିବାରୁ ଅନ୍ୟ ରାତି ଅପେକ୍ଷା ଚଳିତ ମାସରେ ରାତି ଟିକିଏ ଅଧିକ ଉଜ୍ଜଳ ଦେଖାଯିବ। ପ୍ରାୟତଃ ଜାନୁଆରି ୩୦, ୩୧ ଏବଂ ଫେବୃଆରୀ ୧,୨ରେ ଖାଲି ଆଖିରେ ଏହା ଦୃଶ୍ୟମାନ ହେବ। ୨୦୦୫ ଏବଂ ୨୦୨୦ରେ ମଧ୍ୟ ଏମିତି ଧୂମକେତୁ ଦେଖିବାକୁ ମିଳିଥିଲା। ମହାକାଶରେ ଲକ୍ଷ ଲକ୍ଷ ଧୂମକେତୁ ଥିବା ବେଳେ ବର୍ଷକୁ ପ୍ରାୟ ୧୫ରୁ ୨୦ ଧୂମକେତୁ ସୂର୍ଯ୍ୟର ନିକଟବର୍ତ୍ତୀ ହୋଇଥାନ୍ତି।

Advertisment
Earth Sun
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ