Advertisment

ବିନା ସ୍ପର୍ମରେ ଗର୍ଭରେ ସୃଷ୍ଟି ହେବ କି ଶିଶୁ ?

ବାରମ୍ବାର ଗର୍ଭପାତ କାହିଁକି  ହେଉଛି ତାହା ଉପରେ ଏହା ସବିଶେଷ ଧାରଣା ଦେଇପାରିବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି।

ଅଦ୍ୟତନ ହୋଇଛି
No egg or no sperm for baby

No egg or no sperm for baby

Advertisment

ପିଲାଟିଏ ପାଇଁ ଆଉ ଦରକାର ନାହିଁ ଡିମ୍ବାଣୁ କି ଶୁକ୍ରାଣୁ ! ବିନା ସ୍ପର୍ମରେ ଗର୍ଭରେ ବଢିବ ଶିଶୁ ? ବିଶ୍ୱରେ ପ୍ରଥମ ଥର ପାଇଁ କୁତ୍ରିମ ପ୍ରଣାଳୀରେ ଭ୍ରୁଣ ସୃଷ୍ଟି  ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହାକୁ ସିନ୍ଥେଟିକ୍‌ ହ୍ୟୁମାନ୍‌ ଏମ୍ବ୍ରିୟୋସ୍ ବୋଲି କୁହାଯାଉଛି । ଷ୍ଟେମ୍‌ ସେଲ୍‌କୁ ବ୍ୟବହାର କରି କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ର ବୈଜ୍ଞାନିକମାନେ ସିନ୍ଥେଟିକ୍‌ ହ୍ୟୁମାନ ତଥା କୁତ୍ରିମ ଭ୍ରୁଣ ତିଆରି କରିପାରିଛନ୍ତି।  କେତେକ ଜାତୀୟ ଗଣମାଧ୍ୟମରେ ଏହି ତଥ୍ୟ ପ୍ରକାଶ ପାଇଛି।

Advertisment

ଏପରି ପ୍ରଣାଳୀରେ ପ୍ରାରମ୍ଭିକ ଷ୍ଟେଜ୍‌ରେ ବେବି ଡେଭଲପ୍‌ମେଣ୍ଟ(ଶିଶୁର ବିକାଶ) ହୋଇପାରିବ। ବାରମ୍ବାର ଗର୍ଭପାତ କାହିଁକି  ହେଉଛି ତାହା ଉପରେ ଏହା ସବିଶେଷ ଧାରଣା ଦେଇପାରିବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି। ଏହି ଷ୍ଟ୍ରକଚର୍‌ ସାଧାରଣ ଭାବେ ପ୍ଲାସେଣ୍ଟା, ୟକ୍‌ ସାକ୍‌ ଓ ଭ୍ରୁଣର ବିକାଶ କରିପାରିବ। କିନ୍ତୁ ୟକ୍‌ ସାକ୍‌ରେ ଥିବା ଭ୍ରୁଣରେ ହୃତପିଣ୍ଡ ଓ ମସ୍ତିଷ୍କର ବିକାଶ ହୋଇପାରିବନି ବୋଲି କୁହାଯାଇଛି।  

Advertisment

ବୋଷ୍ଟନରେ ଆୟୋଜିତ International Society for Stem Cell Research ବାର୍ଷିକ ସଭାରେ ଉଦ୍‌ବୋଦନ ଦେଇ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଗଡାଲେନା ଜର୍ଣ୍ଣିକା କହିଛନ୍ତି ଯେ ଆମେ ଏହି ମଡେଲରେ କୁତ୍ରିମ ମଣିଷ ଭ୍ରୁଣ ସୃଷ୍ଟି କରିପାରୁଛୁ। ସିନ୍ଥେଟିକ୍‌ ଭ୍ରୁଣର ବ୍ୟବହାର ଏଯାବତ୍‌ କୌଣସି ମେଡିକାଲରେ କରାଯାଇନାହିଁ। ଏହା ରୋଗୀର ଗର୍ଭାଶୟରେ ବେଆଇନ୍‌ ଭାବେ ରଖାଯାଇପାରିବ। ତେବେ ଏହି ଷ୍ଟ୍ରକଚର୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ରୁଣର ଯେ ସମ୍ପୂର୍ଣ୍ଣ ବିକାଶ କରିବାର କ୍ଷମତା ରଖିବ ତାହା ଏଯାବତ ସଠିକ୍‌ ଭାବେ କୁହାଯାଇପାରିନାହିଁ।   

Sperm Count
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ