/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675510030.jpg)
NASA captures photo of 'bear's face'
ବୈଜ୍ଞାନିକ ମାନେ ଗ୍ରହ ଓ ନକ୍ଷତ୍ର ମାନଙ୍କୁ ନେଇ ଗବେଷଣା ଜାରି ରଖିଛନ୍ତି । ଅନେକ ସମୟରେ ମହାକାଶ, ଗ୍ରହ ଓ ନକ୍ଷତ୍ରଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଛି । ପୃଥିବୀର ଗତି ଓ ପୃଥିବୀର କକ୍ଷପଥ ବିଷୟରେ ବୈଜ୍ଞାନିକ ମାନେ ସବୁବେଳେ ସୂଚନା ଦେଉଛନ୍ତି । ହେଲେ ବର୍ତ୍ତମାନ ମଙ୍ଗଳ ଗ୍ରହକୁ ନେଇ ପୁଣି ଥରେ ନାଶା ଏକ ରୋଚକ ତଥ୍ୟ ପ୍ରଦାନ କରିଛି ।
ନାଶା କହିଛି, ମଙ୍ଗଳ ଗ୍ରହରେ ଅବିକଳ ଏକ ଭାଲୁର ଚିତ୍ର ଦେଖିବାକୁ ମିଳିଛି । ଚିତ୍ରଟିରେ ସମ୍ପୂର୍ଣ୍ଣ ଭାଲୁଟିର ମୁହଁ ଓ ଆଖି ସ୍ପଷ୍ଟ ଜଣାପଡ଼ୁଛି । ଖାଲି ସେତିକି ନୁହେଁ, ଭାଲୁଟିର ଚିତ୍ରକୁ ନାଶା ସାଟେଲାଇଟ ମାଧ୍ୟମରେ ଉତ୍ତୋଳନ କରିଥିବା ଦାବି କରିଛି । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
ପୂର୍ବରୁ ମଙ୍ଗଳ ଗ୍ରହରେ ଅନେକ ଥର ଏପରି ଅଦ୍ଭୁତ ଚିତ୍ର ଦେଖିବାକୁ ମିଳିଛି । କେତେବେଳେ ଅବିକଳ ମଣିଷ ପରି ମୁଣ୍ଡ ତ କେତେବେଳେ କିଛି ଜୀବ ଜନ୍ତୁଙ୍କ ଚିତ୍ର ସାଟେଲାଇଟ ଲେନ୍ସରେ ନଜର ଆସିଛି । ଯାହାକି ବୈଜ୍ଞାନିକ ମାନଙ୍କୁ ନୂଆ ନୂଆ ତଥ୍ୟ ଯୋଗାଇବା ସହ ମଙ୍ଗଳ ଗ୍ରହ ସମ୍ବନ୍ଧରେ ଆହୁରି ଗବେଷଣା କରିବାକୁ ଖୋରାକ ଯୋଗାଉଛି ।
ନାଶା ଆହୁରି ମଧ୍ୟ କହିଛି ଯେ, ମଙ୍ଗଳ ଗ୍ରହ ଏକ ଲାଲ୍ ଗ୍ରହ ସଦୃଶ ଦେଖାଯିବା ବେଳେ ଏହି ଫଟୋ ଉତ୍ତୋଳନ କରାଯାଇଛି । ଭାଲୁର ଚେହେରା ପରି ଗୋଲାକାର ମୁହଁ, ପାଟି, ନାକ ଓ ଆଖି ଦେଖିବାକୁ ମିଳିଛି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାଶାକୁ ଏନେଇ ଏକ ସୂଚନା ମଧ୍ୟ ପ୍ରଦାନ କରିଛି ।
ନାଶାର ଏହି ସାଟେଲାଇଟ୍ ମଙ୍ଗଳ ଗ୍ରହର ଚତୁଃପାର୍ଶ୍ୱରେ ପରିକ୍ରମା କରୁଛି । ମଙ୍ଗଳ ଗ୍ରହ ସମ୍ପର୍କରେ ସମସ୍ତ ତଥ୍ୟ ନାଶାକୁ ପ୍ରଦାନ କରୁଛି । ଏହା ପୂର୍ବରୁ ମଧ୍ୟ ମଙ୍ଗଳ ଗ୍ରହକୁ ନେଇ ବୈଜ୍ଞାନିକ ମାନେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି । ଆଉ ବର୍ତ୍ତମାନର ମଙ୍ଗଳ ଗ୍ରହର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଏବେ ବି ବୈଜ୍ଞାନିକ ମାନେ ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ କି ନୁହେଁ, ସେ ନେଇ ଗବେଷଣା ଜାରି ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)