Advertisment

ପୃଥିବୀ ବାହାରେ ଜୀବନ ସମ୍ଭବ...ସୁପର ଆର୍ଥ ଆବିଷ୍କାର କଲା ନାସା

ଏହି ଗ୍ରହ ପୃଥିବୀଠାରୁ ଟିକିଏ ବଡ଼ ଏବଂ ବାସ ଉପଯୋଗୀ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ଗ୍ରହଟି ଏହ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛି ଯାହାକି ସୂର୍ଯ୍ୟ ଅପେକ୍ଷା ଆକାରରେ ଛୋଟ ଓ ଅପେକ୍ଷାକୃତ ଶୀତଳ।

ଅଦ୍ୟତନ ହୋଇଛି
Super-Earth

Super-Earth

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକାର ସ୍ପେସ୍ ଏଜେନ୍ସି ନାସାକୁ ଆଉ ଏକ ସଫଳତା। ପୃଥିବୀ ବାହାରେ ଏକ ସୁପର ଆର୍ଥ ଆବିଷ୍କାର କରିଛି ନାସା। ଯେଉଁଥିରେ ଜୀବନ ଧାରଣ ସମ୍ଭବ ହୋଇପାରେ। ଏହି ଗ୍ରହ ପୃଥିବୀଠାରୁ ୧୩୭ ଆଲୋକ ବର୍ଷ ଦୂରରେ ରହିଛି। ଏକ ପ୍ରେସ ରିଲିଜରେ ନାସା ପକ୍ଷରୁ କୁହାଯାଇଛି, ‘ସୁପର ଆର୍ଥଟି ଛୋଟ, ଲାଲ୍ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛି, ଯାହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆମ ପାଇଁ ଅତି ନିକଟତର । ଯାହାର ଦୂରତା ୧୩୭ଆଲୋକ ବର୍ଷ। ଏହା ପୃଥିବୀ ଆକାରର ଗ୍ରହ ମଧ୍ୟ ହୋଇପାରେ’।

Advertisment

ଏହି ଗ୍ରହକୁ TOI-୭୧୫ ବି ନାମରେ ନାମିତ କରାଯାଇଛି। ଯାହାକି ପୃଥିବୀଠାରୁ ପ୍ରାୟ ଦେଢ ଗୁଣ ଚଉଡା । ତେବେ ଏହି ଗ୍ରହରେ ପାଣି ପରି ତରଳ ପଦାର୍ଥ ଥିବା ଅନୁମାନ କରାଯାଉଛି । ଏହା ମାତ୍ର ୧୯ ଦିନରେ ଗୋଟିଏ ପୂର୍ଣ୍ଣ କକ୍ଷପଥ ବା ଗୋଟିଏ ବର୍ଷ ସମାପ୍ତ କରେ। ଅବଶ୍ୟ ଭୂପୃଷ୍ଠରେ ଜଳ ଅଛି କି ନାହିଁ ସେ ବିଷୟରେ ଜାଣିବା ପାଇଁ ଗବେଷଣା କରାଯିବ। ଉପଯୁକ୍ତ ପରିବେଶ, ବାସ ଯୋଗ୍ୟ ସ୍ଥାନ ଚିହ୍ନଟ ଆଦି ପାଇଁ ଅଛି କି ନହିଁ ସେ ବିଷୟରେ ଜାଣିବା ପାଇଁ ଚେଷ୍ଟା କରାଯାଉଛି।

ଏହି ଗ୍ରହ ପୃଥିବୀଠାରୁ ଟିକିଏ ବଡ ଏବଂ ବାସ ଉପଯୋଗୀ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ଗ୍ରହଟି ଏହ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛି ଯାହାକି ସୂର୍ଯ୍ୟ ଅପେକ୍ଷା ଆକାରରେ ଛୋଟ ଓ ଅପେକ୍ଷାକୃତ ଶୀତଳ। ଏହିପରି, ଅନେକ ତାରକା ଅଛନ୍ତି ଯେଉଁମାନେ କି ଛୋଟ ପଥର ଖଣ୍ଡକୁ ନେଇ ଗଠିତ । ନାସା କହିଛି 'ଏହି ଗ୍ରହଗୁଡିକ ଆମ ସୂର୍ଯ୍ୟଙ୍କ ପରି ତାରକାମାନଙ୍କ ଅପେକ୍ଷା ଅଧିକ ଘୂର୍ଣ୍ଣନ କରନ୍ତି'।

Advertisment

ଟ୍ରାନ୍ସଜିଟ୍ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ (TESS) ଏକ ନୂତନ ଗ୍ରହର ଆବିଷ୍କାର କରିଛି। ଏକ ସଂପୂର୍ଣ୍ଣ କକ୍ଷପଥ ପୂରା କରିବାର ସ୍ୱଳ୍ପ ସମୟ, ବୈଜ୍ଞାନିକମାନଙ୍କୁ ସେହି ଗ୍ରହକୁ ଖୋଜିବା ଏବଂ ସଠିକ୍ ଭାବରେ ଅଧ୍ୟୟନ କରିବାରେ ସାହାଯ୍ୟ କରେ। ସ୍ପେସ୍ ଏଜେନ୍ସି ଜେମ୍ସ ୱେବ୍ ଟେଲିସ୍କୋପ ବ୍ୟବହାର କରି ଗ୍ରହର ଅନୁସନ୍ଧାନ କରିବାକୁ ଯୋଜନା କରିଛି।

ଗ୍ରହର ଅନ୍ୟାନ୍ୟ ଗୁଣ ଉପରେ ଅନେକ କିଛି ନିର୍ଭର କରିଥାଏ। ଏହା କେତେ ବଡ଼ ଏବଂ ଏଥିରେ ଜଳ ଅଛି କି ନାହିଁ, ଏହାର ବାୟୁମଣ୍ଡଳ ଅଛି କି ନାହିଁ ଆଉ ଯଦି ଅଛି ଏହା କିପରି ଏପରି ଅନେକ କିଛି ଉପରେ ଗବେଷଣା କରିବାକୁ ପଡ଼ିବ। ତେବେ ନାସାର ବୈଜ୍ଞାନିକଙ୍କ ମତରେ ଏହି ଗ୍ରହଟି ପୃଥିବୀ ପରି ଶୀତଳ ଓ ଏହାର ଭୂପୃଷ୍ଠ ମଧ୍ୟ ପୃଥିବୀ ପରି।

Advertisment
NASA Earth Habitable Planet Sun
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ