Mangalyaan-2
ଲୋହିତ ଗ୍ରହ ମଙ୍ଗଳ ସମ୍ପର୍କରେ ଅଧିକ ଗବେଷଣା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ ଦ୍ୱିତୀୟ । ଜାତୀୟ ବୈଷୟିକ ଦିବସ ଅବସରରେ ଭାରତର ଦ୍ୱିତୀୟ ମଙ୍ଗଳ ଅଭିଯାନର ସମସ୍ତ ରଣନୀତି ସମ୍ପର୍କରେ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟରରେ ବିସ୍ତୃତ ସୂଚନା ଦେଇଛି ଇସ୍ରୋ । ଏହି ଅଭିଯାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛି ଯେ, ଏଥିରେ ଏକ ରୋଭର ଓ ଅନ୍ୟ ଏକ ହେଲିକପଟରକୁ ସାମିଲ କରାଯିବ।
ମଙ୍ଗଳ ଗ୍ରହରେ ଯୋଜନାରେ ଅନୁସାରେ ରୋଭରର ନିର୍ଦ୍ଧାରିତ ଲାଣ୍ଡି ପାଇଁ ପୂର୍ବରୁ ନାସା ଦ୍ୱାର ସଫଳ ଭାବେ ପ୍ରୟୋଗ ହୋଇଥିବା ସୁପରସୋନିକ ପାରାଚ୍ୟୁଟ୍ ଓ ସ୍କାଇ କ୍ରେନ୍ ବ୍ୟବସ୍ଥାକୁ ଆପଣାଯିବ । ଭାରତର ମଙ୍ଗଳ ଅଭିଯାନକୁ ସଫଳ କରିବା ଲାଗି ଲିଫ୍ଟ ଲଞ୍ଚ୍ ଭେଇକିଲ ମାର୍କ ଥ୍ରି ବା LVM3 ଯାନର ବ୍ୟବହାର କରାଯିବ। ଯାହାକୁ ସ୍ୱତନ୍ତ୍ର ଭାବେ ମଙ୍ଗଳ ଅଭିଯାନ ଲାଗି ପ୍ରସ୍ତୁତ କରାଯାଇଛି। ଭାରତର ଏହି ମହତ୍ୱାକାଂକ୍ଷୀ ମଙ୍ଗଳ ଅଭିଯାନ ଲାଗି ଆହୁରି ଅନ୍ୟାନ୍ୟ ଅନେକ ସ୍ୱତନ୍ତ୍ର ବୈଜ୍ଞାନକି ଭିତ୍ତିଭୂମି, ପଦ୍ଧତି, କୌଶଳ ସମ୍ପର୍କରେ ଇସ୍ରୋ ସୂଚନା ଦେଇଛି।
ମହାକାଶ ଗବେଷଣା କ୍ଷେତ୍ରରେ ସାରା ପୃଥିବୀକୁ ଏକ ନୂଆ ଦିଶା ଦେଖାଇବାକୁ ଯାଉଛି ଭାରତ ଏହି ମିଶନ ମଙ୍ଗଳାୟନ ଟୁ । ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଆମେରିକା ଓ ଚୀନ ପରେ ମଙ୍ଗଳକୁ ରୋଭର ପଠାଇବାରେ ଭାରତ ବିଶ୍ୱର ତୃତୀୟ ଦେଶ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716007129.jpg)