ପ୍ରଥମ ଶୁକ୍ର ମିଶନ୍ ପାଇଁ ତାରିଖ ଘୋଷଣା କଲା ଇସ୍ରୋ; ଜାଣନ୍ତୁ କେବେ ହେବ ଉତକ୍ଷେପଣ...

ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ୧୧୨ ଦିନ ଲାଗିବ ।

Venus mission

ପ୍ରଥମ ଶୁକ୍ର ମିଶନ୍ ପାଇଁ ତାରିଖ ଘୋଷଣା କଲା ଇସ୍ରୋ । ୨୦୨୮ ମାର୍ଚ୍ଚ ୨୯ରେ ଭେନସ୍ ଅର୍ବିଟର୍ ମିଶନ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ। ଏହାକୁ ଶୁକ୍ରଯାନ-୧ ବୋଲି କୁହାଯାଉଛି । 

ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ୧୧୨ ଦିନ ଲାଗିବ । ୨୦୨୮ ଜୁଲାଇ ୧୯ରେ ଏହା ଶୁକ୍ର କକ୍ଷପଥରେ ପହଞ୍ଚିବ ବୋଲି ଯୋଜନା ରହିଛି ।

ଶୁକ୍ରଯାନ-୧ରେ ଅତ୍ୟାଧୁନିକ ଅଲଟ୍ରାଭାଓଲେଟ୍ କ୍ୟାମେରା, ରାଡାର୍ ଓ ସେନ୍ସର ଆଦି ସମେତ ୧୯ଟି ପେଲୋଡ୍ ବା ଯନ୍ତ୍ରାଂଶ ଲାଗିବ। ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଦେଶ ଓ ଭୌଗଳିକ ସ୍ଥିତିର ଫଟୋ ନେବା ସହିତ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ ଶୁକ୍ରଯାନ। 

 

ଏଥିରେ ରୁଷ, ଫ୍ରାନ୍ସ, ସ୍ବିଡେନ ଓ ଜର୍ମାନୀ ନିର୍ମିତ ଯନ୍ତ୍ରାଂଶ ମଧ୍ୟ ରହିବ ବୋଲି ସୂଚନା ମିଳିଛି । ଶୁକ୍ର ମିଶନ ପାଇଁ ୧୨ଶହ ୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।