/odishatv-khabar/media/post_attachments/uploadimage/library/16_9/16_9_0/ISRO_1723786107.jpg)
ISRO
ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ସଫଳ ଉତକ୍ଷେପଣ ହେଲା ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 । ଯାହା ପୃଥିବୀ ଚାରିପଟେ ଘୁରି କ୍ରମାଗତ ଭାବେ ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ ଏହା ଲଞ୍ଚ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବାରେ ଇସ୍ରୋ ସଫଳ ହୋଇଛି ।
Advertisment
ଅଧିକ ପଢ଼ନ୍ତୁ: ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪ ତାଲିକାରେ ଚନ୍ଦ୍ରାୟନ-ଥ୍ରୀ ଟିମ୍
ଏହି ସାଟେଲାଇଟର ଓଜନ ୧୭୫.୫ କିଲୋଗ୍ରାମ । ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଓ ଗଗନଯାନ ମିଶନରେ ସହାୟକ ହେବ ।
Advertisment
ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ଇତିହାସ । ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତ୍କ୍ଷେପଣ ।#ISRO#Satelite#OTVpic.twitter.com/zWhYdnwolj
— ଓଟିଭି (@otvkhabar) August 16, 2024
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)