ଭାରତ ପ୍ରଥମ ଥର ପାଇଁ ସ୍ୱଦେଶୀ ରକେଟର ଉପଯୋଗ କରି ମହାକାଶରେ ଜୈବିକ ପ୍ରୟୋଗ କରିବାକୁ ଯାଉଛି । Polar Satellite Launch Vehicle (PSLV) ର ଆଗାମୀ ଉତକ୍ଷେପଣରେ ତିନୋଟି ଜୈବିକ ପ୍ରୟୋଗ କରାଯିବ, ଯେଉଁଥିରେ ଜୀବିତ କୋଷଗୁଡ଼ିକୁ ମହାକାଶକୁ ପଠାଯିବ । ମହାକାଶର ପ୍ରତିକୂଳ ପରିବେଶରେ ଜୀବିତ କୋଷକୁ ଜୀବିତ ରଖିବା ଏକପ୍ରକାର ଆହ୍ୱାନ ।
PSLV Orbital Experimental Module-4 (POEM-4)ରେ ତିନି ପ୍ରକାର ପରୀକ୍ଷଣ କରିବା ପାଇଁ ଯୋଜନା କରାଯାଇଛି । ପାଳଙ୍ଗ, ଝୁଡ଼ଙ୍ଗ ଓ gut bacteria ସହ ଉଡ଼ାଣ ଭରିବ ସ୍ୱଦେଶୀ ରକେଟ । ମହାକାଶରେ ଜୀବନ ଏକପ୍ରକାର ଚାଲେଞ୍ଜ, କାରଣ ସମସ୍ତ ଜୀବନ ରକ୍ଷକ ପ୍ରଣାଳୀକୁ ଏକ ଛୋଟ ବାକ୍ସରେ ରଖି ଉପଲବ୍ଧ କରାଯାଏ । ଅନ୍ୟପଟେ ପରୀକ୍ଷଣ ଫଳାଫଳ ଉପରେ ଦୂରରୁ ନଜର ରଖିବାକୁ ପଡ଼େ । ଏହା PSLV ର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ । ମହାକାଶର ପ୍ରକୃତ ପରିବେଶରେ ପରୀକ୍ଷଣ କରିବା ପରେ ଆସୁଥିବା ଫଳାଫଳକୁ ପାଠପଢ଼ାରେ ବ୍ୟବହାର କରାଯାଇପାରିବ ।
ଅଧିକ ପଢ଼ନ୍ତୁ: ISRO SpaceX Mission: ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା; ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରିବ ଇସ୍ରୋ
ଏଥିପାଇଁ ଶୀଘ୍ର ଜ୍ୟୋତିର୍ବିଜ୍ଞାନ ଉପରେ ଅଧ୍ୟୟନ ଆରମ୍ଭ କରିବାକୁ ପଡିବ । ବର୍ତ୍ତମାନ ଇସ୍ରୋ PSLV ପ୍ଲାଟଫର୍ମକୁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରି ଏକ ନୂତନ ଇତିହାସ ରଚିବ, ଯାହା ଆଗାମୀ ସମୟରେ ମହାକାଶରେ ଅଧିକ ଅନୁସନ୍ଧାନ କରିବା ପାଇଁ ଭାରତୀୟ ଜୀବ ବିଜ୍ଞାନୀମାନଙ୍କୁ ସହାୟତା କରିବ । ମହାକାଶର ପ୍ରତିକୂଳ ପରିବେଶରେ ଜୀବନ କିପରି ବଞ୍ଚିପାରିବ, ଏହାର ସମସ୍ତ ଦିଗ ଅନୁସନ୍ଧାନ କରାଯାଇପାରିବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. ଏସ ସୋମନାଥ କହିଛନ୍ତି।
C-60 ନାମକ PSLV ର ପରବର୍ତ୍ତୀ ମିଶନ୍ ଖୁବ୍ ଶୀଘ୍ର ଧାର୍ଯ୍ୟ ହେଉଛି । ବାସ୍ତବରେ ଏହା ଏକ ବଡ ପରୀକ୍ଷାମୂଳକ ମିଶନ୍, ଯାହାର ମୁଖ୍ୟ ପରୀକ୍ଷଣ ହେଉଛି ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (SPADEX) । ଏଥିରେ ଇସ୍ରୋ ପ୍ରଥମ ଥର ପାଇଁ ମହାକାଶରେ ଦୁଇଟି ଭାରତୀୟ ଉପଗ୍ରହର ଡକିଂ ଏବଂ ଅନଡକିଂ ଦେଖାଇବ । ନୂତନ ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟାର ପରୀକ୍ଷଣକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯାଉଛି । ଏଥିରେ ଭାରତୀୟ ଷ୍ଟାର୍ଟ ଅପ୍ ଏବଂ ନିଜସ୍ୱ ଘରୋଇ ବୈଜ୍ଞାନିକ ଟିମକୁ ନୂତନ ଚିନ୍ତାଧାରାର ପରୀକ୍ଷା କରିବାକୁ ଇସ୍ରୋ POEM ପ୍ଲାଟଫର୍ମ ଉପଲବ୍ଧ କରାଇଛି । ପରବର୍ତ୍ତୀ ମିଶନରେ, PSLV ଚତୁର୍ଥ ପର୍ଯ୍ୟାୟରେ ରେ ୨୪ ପେଲୋଡ୍ ପରୀକ୍ଷା କରାଯିବ । ବିଶ୍ୱସ୍ତରୀୟ ସ୍ପେସ୍ ଷ୍ଟେସନରେ କରାଯାଇଥିବା ବିଶାଳ ଜୈବିକ ପରୀକ୍ଷଣ ତୁଳନାରେ ଏ ପରୀକ୍ଷଣ ଛୋଟ ଲାଗିପାରେ । କିନ୍ତୁ ମହାକାଶରେ ଜୀବନ କିପରି କାର୍ଯ୍ୟ କରୁଛି, ସେଥିପାଇଁ ମଝିରେ ହିଁ ଇସ୍ରୋକୁ ଅଧ୍ୟୟନ ଆରମ୍ଭ କରିବାର ଆବଶ୍ୟକତା ପଡ଼ିଲା ।
ଏହା ଇସ୍ରୋର ଏକ ଛୋଟ ଜୈବିକ ପଦକ୍ଷେପ ଅଟେ, ଯାହା ଭାରତକୁ ଗଗନଯାନ ନିକଟକୁ ନେଇଯିବ । ଯେଉଁଥିରେ ଭାରତ ଏକ ଭାରତୀୟ ରକେଟରେ ଭାରତୀୟ ମାଟିରୁ ମହାକାଶକୁ କୌଣସି ଭାରତୀୟକୁ ମିଶନରେ ସାମିଲ କରିବାକୁ ଚାହୁଁଛି । ୨୦୩୫ ସୁଦ୍ଧା ନିର୍ମାଣ ହେବାକୁ ଥିବା ଭାରତୀୟ ସ୍ପେସ୍ ଷ୍ଟେସନରେ ଏସମ୍ପର୍କରେ ଅଧିକ ବିସ୍ତୃତ ପରୀକ୍ଷଣ ପାଇଁ ମଧ୍ୟ ଯୋଜନା କରାଯାଇପାରେ ।
ମହାକାଶରେ ଶୂନ୍ୟ ଗୁରୁତ୍ୱାକର୍ଷଣ ବାତାବରଣରେ ଜୀବିତ କୋଷିକା ଗୁଡ଼ିକ କିପରି କାମ କରୁଛି, ସେସମ୍ପର୍କରେ ମୁମ୍ବାଇ ସ୍ଥିତ ଏକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପରୀକ୍ଷଣ କରୁଛନ୍ତି । ପାଳଙ୍ଗରୁ ଉତ୍ପର୍ଣ୍ଣ ନୂତନ କୋଷିକା ମହାକାଶରେ ବଞ୍ଚିପାରୁଛି ନା ନାହିଁ , ସେ ଦିଗରେ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା କରୁଛନ୍ତି Amity Centre for Excellence in Astrobiology ର ମୁଖ୍ୟ ଡ ଏଡବ୍ଲ୍ୟୁ ସନ୍ତୋଷ କୁମାର ଓ ୯ ଜଣିଆ ଟିମ ।
ଡ କୁମାର କହିଛନ୍ତି, ଇସ୍ରୋ ମାଧ୍ୟରେ ତାଙ୍କ ଦଳ କକ୍ଷପଥରେ ସ୍ଥାପନ କରିବା ପାଇଁ ଏକ ଜୈବିକ ପେଲୋଡ ଡିଜାଇନ କରିଛନ୍ତି । ଏହାର ମୂଳ ଉଦେ୍ଦଶ୍ୟ ହେଉଛି ସ୍ପେସ୍ ମିଶନ୍ ସମୟରେ ଖାଦ୍ୟ ଏବଂ ପୁଷ୍ଟିକର ସମ୍ଭାବନାର ଅଧ୍ୟୟନ । ମହାକାଶରେ ଜୈବିକ ପେଲୋଡର ପ୍ରକୃତ ସମୟ ମନିଟରିଂ ଏହି ପରୀକ୍ଷଣର ଲକ୍ଷ୍ୟ ରହିଛି । ଡ କୁମାର ଅଧ୍ୟୟନ କର୍ତ୍ତା ରୂପରେ ନିଜର ପ୍ରଥମ କାର୍ଯ୍ୟକାଳରେ ମାନବ କୋଷର ନମୂନା ଆନ୍ତର୍ଜାତୀୟ ଷ୍ଟେସନକୁ ପଠାଇଥିଲେ । ଏଥିପାଇଁ ଜ୍ୟୋତିର୍ବିଜ୍ଞାନ ପରୀକ୍ଷଣ ଦିଗରେ ତାଙ୍କର ଅଭିଜ୍ଞତା ରହିଛି ।
ସେପଟେ gut bacteria ର ଉପଯୋଗ କରି ଆରଭି କଲେଜ ଅଫ୍ ବେଙ୍ଗାଲୁରୁର ସ୍ନାତକ ଛାତ୍ରମାନେ ଭାରତର ପ୍ରଥମ ମାଇକ୍ରୋବାୟୋଲୋଜି ପେଲୋଡ RVSAT-1 ଉଡ଼ାଇବାକୁ ଯୋଜନା କରିଛନ୍ତି । ମହାକାଶରେ ମାନବର ଶାରୀରିକ ବିଜ୍ଞାନକୁ ବୁଝିବାକୁ ତଥା ମୂଲ୍ୟବାନ ତଥ୍ୟ ପ୍ରଦାନ କରି ଜିନ୍ ନିୟନ୍ତ୍ରଣ ଉପରେ ବ୍ୟାକ୍ଟେରିଆ ଅଭିବୃଦ୍ଧିର ପ୍ରଭାବ ଅନୁସନ୍ଧାନ କରିବାକୁ ଚାହୁଁଛି।
ଇସ୍ରୋର ଏକ ଟିମ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର, ଥିରୁବନ୍ତପୁରମରୁ ଏକ ରିସର୍ଚ୍ଚ ମଡ୍ୟୁଲର ଉପଯୋଗ କରି ମହାକାଶରେ ଝୁଡ଼ଙ୍ଗର ବୀଜ କିପରି ଅଙ୍କୁରିତ ହେଉଛି , ତାହା ଅର୍ବିଟାଲ ପ୍ଲାଂଟ ଷ୍ଟଡିଜରେ ପ୍ରଦର୍ଶିତ କରିବେ । କାରଣ ମାଇକ୍ରୋଗ୍ରାଭିଟି ସ୍ଥିତିରେ ଅଙ୍କୁରିତ ହେଲେ ବୀଜଗୁଡ଼ିକ ଆଭିମୁଖ୍ୟ ହରାଇ ଥାଆନ୍ତି । ମହାକାଶରେ ଉଦ୍ଭିଦର ବୃଦ୍ଧି ଉପରେ ଅଧ୍ୟୟନ କରିବା ଇସ୍ରୋ ପାଇଁ ନୂଆ । ଏହା ଉପରେ ରିସର୍ଚ୍ଚ କରୁଥିବା ୧୫ ଜଣିଆ ଟିମ ପରୀକ୍ଷଣର ପରିଣାମକୁ ନେଇ ଉତ୍ସାହିତ ଅଛନ୍ତି ।