Advertisment

ISRO Achieves Major Success: ସ୍ପେଡେକ୍ସ ମିଶନରେ ଆଗକୁ ବଢୁଛି ଇସ୍ରୋ; ମହାକାଶରେ ଗଜାହେଲା ଝୁଡ଼ଙ୍ଗ ମଞ୍ଜି, ଖୁବଶୀଘ୍ର ଆସିବ ପତ୍ର

ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।

undefined

ISRO Achieves Major Success

Advertisment

ଇସ୍ରୋର ସ୍ପେଡେକ୍ସ ମିଶନରେ ଆଉ ଏକ ସଫଳତା। ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି। ଚେଜର୍ ନେଇଥିବା ସେଲଫି ଭିଡିଓ, ମିଶନର ଆଗାମୀ ଜଟିଳ ପରୀକ୍ଷଣ ପାଇଁ ସହାୟକ ହେବ ବୋଲି କୁହାଯାଉଛି। ସେପଟେ ସ୍ପେଡେକ୍ସ ମିଶନ ଜରିଆରେ ଜୈବିକ ପରୀକ୍ଷଣ ପାଇଁ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି।

Advertisment

ସ୍ପେଡେକ୍ସ ମିଶନରେ ଆଗକୁ ବଢୁଛି ଇସ୍ରୋ ସାଟେଲାଇଟ୍। ପରସ୍ପର ଆଡକୁ ଆକର୍ଷିତ ହେଉଛନ୍ତି ଚେଜର୍ ଓ ଟାର୍ଗେଟ୍। ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ଆଗକୁ ବଢୁଛନ୍ତି।ଆଉ କିଛି ଦିନ ଭିତରେ ଦୁଇଟି ସ୍ପେସକ୍ରାଫ୍ଟକୁ ଅନ୍ତରୀକ୍ଷରେ ଯୋଡ଼ିବ ଇସ୍ରୋ। ଏବେ ମହାକାଶରୁ ପୃଥିବୀର ସେଲଫି ଭିଡିଓ ନେଇଛି ସ୍ପେଡେକ୍ସର ଚେଜର୍ ସାଟେଲାଇଟ୍। ପ୍ରାୟ ୪୦୦ କିଲୋମିଟର ଉଚ୍ଚତାରେ ବୃତ୍ତାକାର କକ୍ଷପଥରେ ପୃଥିବୀ ଚାରିପଟେ ଘୂରିବା ବେଳେ ଏହି ଭିଡିଓ ଉଠାଇଛି। ଗତ ୨ ତାରିଖ ଭାରତୀୟ ସମୟ ଦିନ ୧୦ଟା ୨୭ ସମୟରେ ଚେଜର୍ ଏହି ଭିଡିଓ କ୍ଲିକ କରିଥିବା ସୂଚନା ଦେଇଛି ଇସ୍ରୋ। ଯେଉଁଥିରେ ମହାକାଶରୁ ପୃଥିବୀ ପୃଷ୍ଠର ଅତି ସୁନ୍ଦର ଓ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ନଜର ଆସିଛି ନୀଳ ମହାସାଗର ସହ ଭସା ବାଦଲ। ଚେଜର ନେଇଥିବା ସେଲଫି ଭିଡିଓ ଇସ୍ରୋର ବହୁ ପ୍ରତୀକ୍ଷିତ ଡକିଂ ମିଶନ୍ ଦିଗରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ଏହି ଉପଲବ୍ଧି କେବଳ ସାଟେଲାଇଟର ଉନ୍ନତ ଇମେଜିଂ କ୍ଷମତାକୁ ଦର୍ଶାଉନି ବରଂ ସ୍ପେଡେକ୍ସ ମିଶନର ଆଗାମୀ ଜଟିଳ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଏକ ପ୍ରକାର 
ପ୍ରସ୍ତୁତି। 

ଅଧିକ ପଢ଼ନ୍ତୁ: ୨୦୨୫ର ପ୍ରଥମ ମିଶନ ହେବ ଶ୍ରୀହରିକୋଟାରୁ ଇସ୍ରୋର ୧୦୦ ତମ ମିଶନ, ଜାଣନ୍ତୁ କେଉଁ ସାଟେଲାଇଟ ହେବ ଉତକ୍ଷେପଣ

Advertisment

ସେହିପରି ସ୍ପେଡେକ୍ସ ମିଶନରେ ଆଉ ଏକ ଭଲ ଖବର ଦେଇଛି ଇସ୍ରୋ। ମହାକାଶରେ ଗଜା ହୋଇଛି ଝୁଡ଼ଙ୍ଗ ମଞ୍ଜି। ସ୍ପେଡେକ୍ସ ମିଶନ ଜରିଆରେ ଜୈବିକ ପରୀକ୍ଷଣ ପାଇଁ ମହାକାଶକୁ ପଠାଯାଇଥିଲା ଝୁଡଙ୍ଗ ମଞ୍ଜି। ମାତ୍ର ୪ ଦିନରେ ମଞ୍ଜି ଗଜା ହୋଇଥିବା ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି ଇସ୍ରୋ। ଖୁବଶୀଘ୍ର ଏଥିରେ ପତ୍ର ଆସିବ। କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା ଓ ତାପମାତ୍ରା ଆଦି ମପାଯିବ। ଗତ ୩୦ ତାରିଖରେ ସ୍ପେଡେକ୍ସ ମିଶନ ଜରିଆରେ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଯାଇଥିଲା। ସେଥିମଧ୍ୟରୁ କ୍ରପ୍ ପେଲୋଡ୍‌ରେ ପଠାଯାଇଥିଲା ୮ଟି ଝୁଡ଼ଙ୍ଗ ମଞ୍ଜି। 

ଇସ୍ରୋର ସ୍ପେଡେକ୍ସ ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଚତୁର୍ଥ ଦେଶ ହେବ ଭାରତ।

Advertisment

ଅଧିକ ପଢ଼ନ୍ତୁ: ଚଳିତବର୍ଷ ମୋଟ୍ ୪ଟି ପରାଗ-ଗ୍ରହଣ, ଭାରତରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ISRO Space
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ