Advertisment

ମଙ୍ଗଳ ଗ୍ରହରେ ଜୀବନ ଅଛି କି? ନାସା ବୈଜ୍ଞାନିକ ଦେଲେ ଚାଞ୍ଚଲ୍ୟକର ବୟାନ

ମାର୍ଟିନ ସିଦ୍ଧାନ୍ତର ଉତ୍ତର ଖୋଜିବା ପାଇଁ ଏବେ ମଙ୍ଗଳ ଗ୍ରହର ପୃଷ୍ଠରେ ତିନୋଟି ରୋଭର ସକ୍ରିୟ ଅଛନ୍ତି।

ଅଦ୍ୟତନ ହୋଇଛି
Life On Mars

Is there life on Mars? Nasa scientist answers

Advertisment

ବିଜ୍ଞାନର ବିକାଶ ମଣିଷକୁ ପୃଥିବୀଠାରୁ ବହୁ ଦୂରକୁ ନେଇ ଯାଇଛି। ବିଜ୍ଞାନ ବଳରେ ମଣିଷ ବର୍ତ୍ତମାନ ମହାକାଶରେ ଜନବସତି ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ସେ ବିଭିନ୍ନ ମିଶନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଆଉ ସେହି ମିଶନ ଗୁଡିକ ମଧ୍ୟରୁ ମାର୍ସ ମିଶନ ବା ମଙ୍ଗଳ ଅଭିଯାନ ଅନ୍ୟତମ । ମଙ୍ଗଳ ଗ୍ରହରେ ଜୀବନ ଖୋଜିବାକୁ ନାସା ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ନାଲି ଗ୍ରହରେ ଜୀବନର କୌଣସି ସନ୍ଧାନ ମିଳିପାରି ନାହିଁ। ତେବେ ମଙ୍ଗଳ ଗ୍ରହରେ ଜୀବନ ରହିବା ନେଇ ନାସାର ଜଣେ ବୈଜ୍ଞାନିକ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଆଷ୍ଟ୍ରୋବାୟୋଲୋଜିଷ୍ଟ ହିଟର ଗ୍ରାହମ କ'ଣ କହିଛନ୍ତି...

Advertisment

ପୃଥିବୀଠାରୁ ମଙ୍ଗଳ ଗ୍ରହର ଦୂରତା ପ୍ରାୟ ୯୪.୫୫୮ ମିଲିୟନ କିଲୋମିଟର। ରିପୋର୍ଟ ଅନୁସାରେ ନାଲି ଗ୍ରହର ବୟସ ୪.୬୦୩ ବିଲିୟନ ବର୍ଷ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନର ସନ୍ଧାନ କରାଯାଇନାହିଁ। ତଥାପି ବୈଜ୍ଞାନିକମାନେ ମହାକାଶରେ ଜୀବନ ଖୋଜିବାକୁ ଲଗାତର ଗୋଟିଏ ପରେ ଗୋଟିଏ ଅଭିଯାନ ଚଳାଇଛନ୍ତି। ମଙ୍ଗଳ ଗ୍ରହରେ ଜୀବନ ଥିବା ନାସାର ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି। ସେମାନଙ୍କ କହିବା ଅନୁସାରେ, ମଙ୍ଗଳ ଏକ ବୃହତ ଗ୍ରହ। ଏଠାରେ ଜୀବନର ସନ୍ଧାନ ସମ୍ଭବ ହୋଇପାରେ। ମଙ୍ଗଳ ଗ୍ରହର ସୁକ୍ଷ୍ମ ଜୀବର ସନ୍ଧାନପାଇଁ ଏକାଧିକ ରୋବର ମୁତୟନ କରାଯାଇଛି। ଦିନେ ଏହି ନାଲି ଗ୍ରହରେ ମଣିଷ ଉପନିବେଶ ସ୍ଥାପନ କରିବ ବୋଲି ବୈଜ୍ଞାନିକମାନେ ଦୃଢକ୍ତି ପ୍ରକାଶ କରିଛନ୍ତି। ଦୀର୍ଘ ଏକ ଦଶନ୍ଧି ଧରି ମାର୍ଟିନ ସିଦ୍ଧାନ୍ତ ଦାବି କରିଛି ଯେ, ଜୀବନ ପାଇଁ ମଙ୍ଗଳ ଗ୍ରହ ଅନୁକୁଳ ଅଟେ।

ଅଧିକ ପଢ଼ନ୍ତୁ: ମଙ୍ଗଳରେ ଘର ପାଇଁ ତିଆରି ହେଲା ଇଟା

ଅନ୍ୟପଟେ ନାସାର ଆଷ୍ଟ୍ରୋବାୟୋଲୋଜିଷ୍ଟ ହିଟର ଗ୍ରାହମ କହିଛନ୍ତି, "ଦୀର୍ଘ ସମୟରୁ ଆମେମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରୁଛୁ। ବର୍ତ୍ତମାନ ସୁଦ୍ଧା ନାସା ଏହି ଗ୍ରହରେ ଜୀବନର କୌଣସି ପ୍ରମାଣ ପାଇନାହିଁ। କିନ୍ତୁ ପୂର୍ବେ ଏଠାରେ ଜୀବନ ଥିଲା ବୋଲି ଆମେ ଅନେକ ପ୍ରମାଣ ପାଇଛୁ। ଦିନେ ମଙ୍ଗଳ ଗ୍ରହରେ ବିରାଟ ସମୁଦ୍ର ଥିବା ପ୍ରମାଣ ମିଳିଛି ଏବଂ ଏହାର ଜଳବାୟୁ ତଥା ପରିବେଶ ଜୀବନ ପାଇଁ ଉପଯୁକ୍ତ ଥିଲା। ଏବେ ମଧ୍ୟ ଏହି ନାଲି ଗ୍ରହ ବିଷୟରେ ଅନେକ କଥା ଜାଣିବାର ଅଛି। ମଙ୍ଗଳ ଗ୍ରହରେ ଏପରି ଅନେକ ସ୍ଥାନ ଅଛି ଯେଉଁଠି ଜୀବନ ରହିବା ସମ୍ଭବ। ଏହାର ଭୂତଳେ ତରଳ ପଦାର୍ଥ କିମ୍ବା ଜୀବନ ରହିଥାଇପାରେ। ସୁଷ୍ମଜୀବ ଗୁଡିକ କ୍ଷତିକାରକ ରେଡିୟସନରୁ ନିଜକୁ ରକ୍ଷା କରିବା ପାଇଁ ମଙ୍ଗଳପୃଷ୍ଠ ତଳକୁ ଚାଲିଯାଇଥାଇ ପାରନ୍ତି।"

Advertisment

ଏବେ ମଙ୍ଗଳ ଗ୍ରହର ପୃଷ୍ଠରେ ତିନୋଟି ରୋଭର ସକ୍ରିୟ ଅଛନ୍ତି। ଏହି ରୋଭର ଗୁଡିକ ମଧ୍ୟରେ ନାସାରେ ଦୁଇଟି ଯଥା- Perseverance, Curiosity ଓ ଚୀନର ଗୋଟିଏ (Zhurong) ରୋଭର ରହିଛି। ଏହା ବ୍ୟତୀତ ମଙ୍ଗଳ ଗ୍ରହର ଚତୁଃପାର୍ଶ୍ୱର ଅନେକ ମହାକାଶଯାନ ନିରନ୍ତର ପଇନ୍ତରା ମାରୁଛନ୍ତି। ଗତ ସେମ୍ଟେମ୍ବରରେ ନାସା ପକ୍ଷରୁ କୁହାଯାଇଥିଲା ଯେ, ମଙ୍ଗଳ ପୃଷ୍ଠରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦାର୍ଥ ମିଳିଛି। ଏଥିରୁ ଜଣାପଡୁଛି ଯେ, ଭବିଷ୍ୟତରେ ଏଠାରେ କୌଣସି ଏକ ବଡ ରହସ୍ୟର ଉଜାଗର ହେବ। ମଙ୍ଗଳ ଗ୍ରହରୁ ମିଳିଥିବା ପଦାର୍ଥର ନମୂନାକୁ ପୃଥିବୀକୁ ଆଣି ତହାର ପରୀକ୍ଷଣ କଲେ ଏହି ଦଶନ୍ଧି ମଧ୍ୟରେ ସେଥିରୁ ଅନେକ ତଥ୍ୟ ମିଳିପାରିବ ବୋଲି ନାସା କହିଛି।

ସୂଚନାଯୋଗ୍ୟ, ୫ ନଭେମ୍ବର ୨୦୧୩ ମସିହାରେ ଭାରତ ପ୍ରଥମ ଥର ମଙ୍ଗଳ ଗ୍ରହକୁ ଉପଗ୍ରହ ପଠାଇଥିଲା। ଯାହାର ନାମ ମଙ୍ଗଳଯାନ ରଖାଯାଇଥିଲା। ୨୦୧୪ ସେପ୍ଟେମ୍ବର ଠାରୁ ଇସ୍ରୋ ପକ୍ଷରୁ ପଠାଯାଇଥିବା ଏହି ଯାନ ମଙ୍ଗଳ ଗ୍ରହର ପରିକ୍ରମା କରୁଛି। ରୋସକୋମସ, ନାସା ଓ ୟୁରୋପୀୟ ମହାକାଶ ସଂସ୍ଥା ପରେ ଇସ୍ରୋ ଚତୁର୍ଥ ସଂସ୍ଥା ଭାବେ ମଙ୍ଗଳ ଗ୍ରହକୁ ସଫଳତାର ସହ ଉପଗ୍ରହ ପଠାଇଥିଲା। କିନ୍ତୁ ଚଳିତ ବର୍ଷ ଅକ୍ଟୋବର ଦୁଇରେ ଏହି ମଙ୍ଗଳଯାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଏପ୍ରିଲ ୨୦୨୨ରେ ହିଁ ଜଣା ପଡିଯାଇଥିଲା ଯେ, ଖୁବଶୀଘ୍ର ମଙ୍ଗଳଯାନରେ ଜୀବନ ସରିବାକୁ ଯାଉଛି। ମଙ୍ଗଳଯାନ ଦ୍ୱାରା ମିଳିଥିବା ତଥ୍ୟାନୁସାରେ ଭାରତୀୟ ମହାକାଶ ବୈଜ୍ଞନିକମାନେ Solar Corona ଉପରେ ଗବେଷଣା କରିବାକୁ ୨୦୧୫ ମେ-ଜୁନରେ ସୁଯୋଗ ପାଇଥିଲେ।

Advertisment

ରିପୋର୍ଟ- ଶଙ୍କର୍ଷଣ ବାଘ

NASA Mars
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ