Advertisment

ମହାକାଶରେ ଗୋଟିଏ ଦିନରେ ନୂଆବର୍ଷକୁ ୧୬ ଥର ସ୍ୱାଗତ, ଜାଣନ୍ତୁ ଏହା ପଛର କାରଣ ?

ବାସ୍ତବରେ ପୃଥିବୀରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ। କିନ୍ତୁ ମହାକାଶରେ ଏହାର ବିପରୀତ ଅର୍ଥାତ ୪୫ ମିନିଟ୍‌ ଦିନ ଓ ୪୫ ମିନିଟ୍‌ ରାତି ହୋଇଥାଏ।

author-image
Santosh Kumar Sahoo
New Year in space

New Year in space

ବଦଳି ଯାଇଛି କ୍ୟାଲେଣ୍ଡର। ବର୍ଷ ୨୦୨୩କୁ ବିଦାୟ ଦେଇ ୨୦୨୪କୁ ଖୁସି ଓ ଉତ୍ସାହର ସହ ସମସ୍ତେ ସ୍ୱାଗତ କରିଛନ୍ତି। ମହାକାଶରେ ମଧ୍ୟ ମହାକାଶଚାରୀ ନୂତନ ବର୍ଷ ୨୦୨୪କୁ ସ୍ୱତନ୍ତ୍ର ଢଙ୍ଗରେ ସ୍ୱାଗତ କରିଛନ୍ତି। ତେବେ ଆପଣ ଜାଣନ୍ତି କି ଆନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଥିବା ମହାକାଶଚାରୀ ଗୋଟିଏ ଦିନରେ ମୋଟ୍ ୧୬ ଥର ନୂଆବର୍ଷକୁ ସ୍ୱାଗତ କରିପାରିବେ। ବାସ୍ତବରେ, ଏହା ପଛର କାରଣ ହେଉଛି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍, ଯାହା ପୃଥିବୀର ଚାରିପାଖରେ ଥିବା କକ୍ଷପଥରେ ଅତି ଦ୍ରୁତ ଗତିରେ ଘୂରି ବୁଲିଥାଏ। ଘଣ୍ଟା ପ୍ରତି ୨୮ ହଜାର କିଲୋମିଟର ସ୍ପିଡ୍‌ ସହ ISS ପ୍ରତି ୯୦ ମିନିଟ୍‌ରେ ପୃଥିବୀର ଚକ୍କର କାଟିଥାଏ। ଏହି କାରଣରୁ ମହାକାଶଚାରୀମାନେ ୨୪ ଘଣ୍ଟା ମଧ୍ୟରେ ଉଭୟ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ୧୬ ଥର ଦେଖିପାରିବେ। ତେଣୁ ସେମାନେ ଗୋଟିଏ ଦିନରେ ୧୬ ଥର ନୂଆବର୍ଷକୁ ସ୍ୱାଗତ କରିପାରିବେ।

Advertisment

ବାସ୍ତବରେ ପୃଥିବୀରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ। କିନ୍ତୁ ମହାକାଶରେ ଏହାର ବିପରୀତ ଅର୍ଥାତ ୪୫ ମିନିଟ୍‌ ଦିନ ଓ ୪୫ ମିନିଟ୍‌ ରାତି ହୋଇଥାଏ। ଏହି ଚକ୍ର ଗୋଟିଏ ଦିନରେ ୧୬ ଥର ହୋଇଥାଏ। ଏହି ଚକ୍ର ଦିନକୁ ୧୬ ଥର ଚାଲିଥାଏ, ଯେଉଁ କାରଣରୁ ଆନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ୧୬ ଥର ସୂର୍ଯ୍ୟାସ୍ତ ହୋଇଥାଏ।

ISSରେ ଦିନରାତି ମଧ୍ୟରେ ବାରମ୍ବାର ପରିବର୍ତ୍ତନ ମହାକାଶଚାରୀମାନଙ୍କୁ ମାଇକ୍ରୋବାୟୋଲୋଜି ଏବଂ ଧାତୁ ବିଜ୍ଞାନ ପରି ପରୀକ୍ଷଣ କରିବାକୁ ଅନୁମତି ଦେଇଥାଏ, ଯାହା ପୃଥିବୀରେ ମିଳିପାରିବ ନାହିଁ। ଏହା ବ୍ୟତୀତ, ISSରୁ ବ୍ରହ୍ମାଣ୍ଡ ବିଷୟରେ ଆମର ଜ୍ଞାନ ଆହୁରି ଅଧିକ ବିସ୍ତାର ହୋଇଥାଏ।

Advertisment
New Year Space Scientist NASA Astronauts
Advertisment
Advertisment