/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691247310.jpg)
Chandrayaan-3
ଆଉ ବେଶୀ ଦୂର ନୁହେଁ ଜହ୍ନ ରାଇଜ। ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଆଜି ଥିଲା ଚନ୍ଦ୍ରୟାନ ପାଇଁ ଏକ ବଡ଼ ପରୀକ୍ଷାର ଦିନ। ତେବେ ସନ୍ଧ୍ୟା ୭ଟା ବେଳେ ଏହାକୁ ଚନ୍ଦ୍ରର ମାଧ୍ୟକର୍ଷଣ ବଳୟରେ ପ୍ରବେଶ କରାଇବାରେ ସଫଳ ହୋଇଛି ଇସ୍ରୋ । ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।
ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଆଜି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିସାରିଛି । ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ତୁଳନାରେ ଅତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ଥିଲା ।
ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)