Advertisment

ସାରା ଦେଶରେ ଉତ୍କଣ୍ଠା, ଆଉ ଦିନକ ପରେ ଚନ୍ଦ୍ରରେ ପାଦ ଥାପିବ ଭାରତ

ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ । ସନ୍ଧ୍ୟା ୬ଟା ୦୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଲ୍ୟାଣ୍ଡର୍ ୧୯ ମିନିଟ୍ ଭିତରେ ୨୫ କିମି ଉଚ୍ଚତାରୁ ଖସିବ ।

ଅଦ୍ୟତନ ହୋଇଛି
chandrayaan 3 live updates

Chandrayaan-3

Advertisment

ମଝିରେ ଆଉ ମାତ୍ର ଗୋଟିଏ ଦିନ । ଆଉ ଦିନକ ପରେ ଚନ୍ଦ୍ରରେ ପାଦ ଥାପିବ ଭାରତ । ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ । ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଅର୍ଥାତ୍ ୧ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୨୫ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ ।

Advertisment

ଅଧିକ ପଢ଼ନ୍ତୁ: ଚନ୍ଦ୍ରଯାନ- ୩ ନଜରରେ ଦେଖନ୍ତୁ ଚନ୍ଦ୍ର, ISRO ଦେଲା ବଡ଼ ଅପଡେଟ୍

ଚନ୍ଦ୍ରୟାନ ନିଜର ବେଗ କମ୍ କରିବ, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବ ଏବଂ ସୁରକ୍ଷିତ ଭାବେ ସଫ୍ଟ ଲ୍ୟାଣ୍ଡିଂ କରିବ। ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି। ଏହା ସବୁପ୍ରକାର ସମ୍ଭାବ୍ୟ ତ୍ରୁଟିର ତତ୍କାଳ ସମାଧାନ ପାଇଁ ନିଜେ ହିଁ ସକ୍ଷମ । କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ଧାର୍ଯ୍ୟ କରାଯାଇଛି । ଏହାର ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ।

ସଫ୍ଟଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରିବା ଏବଂ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଗଡ଼ାଇ ବୈଜ୍ଞାନିକ ତଥ୍ୟ ହାସଲ କରିବା ବି ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶର ମାନ୍ୟତା ହାସଲ ପାଇଁ ଭାରତ ପାଖରେ ବଡ଼ ସୁଯୋଗ ରହିଛି।...

Advertisment
Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ