Advertisment

ଚନ୍ଦ୍ର ପାଖାପାଖି ଚନ୍ଦ୍ରଯାନ-୩, ଆସନ୍ତା ୨୩ ତାରିଖ ଏହି ସମୟରେ ଲ୍ୟାଣ୍ଡିଂ

ଅପରାହ୍ମ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ । ସଫଳ ହେଲା ଚନ୍ଦ୍ରଯାନ-୩ ର ଦ୍ୱିତୀୟ ଡିବୁଷ୍ଟିଂ ।

author-image
Prangyan Parimita
ଅଦ୍ୟତନ ହୋଇଛି
 Chandrayaan-3

Chandrayaan-3

ଇସ୍ରୋର ମୁନ୍ ମିଶନରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ୩ । ଚନ୍ଦ୍ରର ପାଖାପାଖି ହେଉଛି ଚନ୍ଦ୍ରଯାନ । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ଡ କରିବ। ତେବେ ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରୟାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ..

Advertisment

ଏପଟେ ଆଜି ଭୋର ସମୟରେ ଲାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଛି । ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର। ଏହାର ଗତି ଓ ଚନ୍ଦ୍ରପୃଷ୍ଠରୁ ଦୂରତା, ଉଭୟ କମିଛି। ବର୍ତ୍ତମାନ ଲାଣ୍ଡର ୨୫ କିଲୋମିଟର ଗୁଣା ୧୩୪ କିଲୋମିଟର କକ୍ଷପଥରେ ଚନ୍ଦ୍ରରୁ ପରିକ୍ରମା କରୁଛି। ଏହି ସୂଚନା ଇସ୍ରୋ ପକ୍ଷରୁ ଦିଆଯାଇଛି।

ଏହି କକ୍ଷ ପଥରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲାଣ୍ଡର୍ । ଦୁଇ ଦିନ ତଳେ ଲାଣ୍ଡର ପ୍ରଥମ ଡିବୁଷ୍ଟିଂ ହୋଇଥିଲା। ଆସନ୍ତା ୨୩ ତାରିଖରେ ଲାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରିବ। ତା ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ।

Advertisment

ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ । ଏହା ସହିତ ଜଳର ମଧ୍ୟ ସନ୍ଧାନ ମଧ୍ୟ କରିବ। ସେପଟେ ଗୁରୁବାର ପ୍ରପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲାଣ୍ଡର । ଏବେ ପ୍ରପଲସନ ମଡ୍ୟୁଲ ଚନ୍ଦ୍ର ଚାରିପଟେ ମାସ ମାସ ଘୁରିବ । 

ଏପରିକି ବର୍ଷ ବର୍ଷ ମଧ୍ୟ ଘୁରି ବୁଲିବ ଓ ବାୟୁମଣ୍ଡଳ ସଂପର୍କରେ ତଥା ମେଘରୁ ଆସୁଥିବା ଆଲୋକର ପୋଲାରାଇଜେସନ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ...

ISRO Chandrayaan-3
Advertisment
Advertisment