Advertisment

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରୟାନ-୩’

ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chandrayaan 3 Moon Landing LIVE Updates

Chandrayaan-3 Countdown begins to Soft Landing on Moon

ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ। ଏଥିପାଇଁ ସାରା ଦେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ।

Advertisment

ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ। ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ୩ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଯଦି ସବୁ ଠିକ୍‌ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ।

ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ। ଏହାରି ମଧ୍ୟରେ ଚନ୍ଦ୍ରୟାନ-୩ରୁ ଆସିସାରିଛି ଚନ୍ଦ୍ରର ନୂଆ ଫଟୋ। ଲ୍ୟାଣ୍ଡର ପଠାଇଛି ଏହି ନୂଆ ଫଟୋ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି।

Advertisment
Chandrayaan-3
Advertisment
Advertisment