Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଆଉ ଏକ ସୌରଝଡ଼; ହୋଇଯିବ ବ୍ଲାକ୍‌ଆଉଟ୍‌ !

X-କ୍ଲାସ୍‌ ସୌରଝଡ଼ ସବୁଠୁ ଅଧିକ ଶକ୍ତିଶାଳୀ। ଯାହାକୁ ନାସା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ବିଶାଳ ବିସ୍ଫୋରଣ ରୂପରେ ବର୍ଣ୍ଣନା କରିଛି, ଯାହାକି ଆଲୋକ ଓ ଉଚ୍ଚ ଗତି ସଂପନ୍ନ କଣିକାଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇଥାଏ। ପୃଥିବୀରେ ପୂର୍ବରୁ ସୌରଝଡ଼ କାରଣରୁ ସର୍ଟୱେବ୍‌ ରେଡିଓରେ ବାଧା ସୃଷ୍ଟି ହୋଇଥିଲା।

ଅଦ୍ୟତନ ହୋଇଛି
Another Powerful Solar Storm Headed Towards Earth

Solar Storm

Advertisment

ପୃଥିବୀ ଆଡ଼କୁ ମାଡିଆସୁଛି ବିଶାଳ ସୌରଝଡ଼। ଆସନ୍ତା ଜୁନ୍‌ ୬ତାରିଖରେ ପ୍ରବଳ ବେଗରେ ଆସି ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏଥିପାଇଁ ରେଡିଓ ବ୍ଲାକ୍‌ଆଉଟ୍‌ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ନାସାର spaceweather.com ଅନୁସାରେ, ଏହି ସୌରଝଡ଼ ଗତ ୨୭ତାରିଖରୁ ସନ୍‌ସ୍ପଷ୍ଟ AR3664ରୁ ସୃଷ୍ଟି ହୋଇଛି ଓ ଏହା X2.8 ଶ୍ରେଣୀର । ଯାହାକି ଏବର୍ଷର ସବୁଠୁ ଅଧିକ ଶକ୍ତିଶାଳୀ ବୋଲି ଜଣାପଡିଛି।

Advertisment

X-କ୍ଲାସ୍‌ ସୌରଝଡ଼ ସବୁଠୁ ଅଧିକ ଶକ୍ତିଶାଳୀ। ଯାହାକୁ ନାସା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ବିଶାଳ ବିସ୍ଫୋରଣ ରୂପରେ ବର୍ଣ୍ଣନା କରିଛି, ଯାହାକି ଆଲୋକ ଓ ଉଚ୍ଚ ଗତି ସଂପନ୍ନ କଣିକାଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇଥାଏ। ପୃଥିବୀରେ ପୂର୍ବରୁ ସୌରଝଡ଼ କାରଣରୁ ସର୍ଟୱେବ୍‌ ରେଡିଓରେ ବାଧା ସୃଷ୍ଟି ହୋଇଥିଲା। ମାତ୍ର ସୌଭାଗ୍ୟବଶତଃ କରୋନାଲ୍‌ ମାସ୍‌ ଇଜେକ୍ସନ ବା ସିଏମ୍‌ଇ ଆମ ପୃଥିବୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏନେଇ ନ୍ୟାସନାଲ୍‌ ସୋଲାର ଅବଜରଭେଟୋରୀର ପଦାର୍ଥ ବିଜ୍ଞାନୀ ରିୟାନ ଫ୍ରଞ୍ଚ ସୋସିଆଲ୍‌ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି, ଏହି ଷ୍ଟାରବର୍ଷ୍ଟ ଆମଠାରୁ ଦୂରରେ ଥିବା ସୂର୍ଯ୍ୟଙ୍କ ନିକଟରେ ଏକ ବିରାଟ କରୋନାଲ୍‌ ମାସ୍‌ ଇଜେକ୍ସନ କରିଛି।

ଅଧିକ ପଢ଼ନ୍ତୁ: ପୃଥିବୀକୁ ସୌର ଝଡ଼ର ଧକ୍କା; ସପ୍ତାହ ସାରା ରହିବ ପ୍ରଭାବ, ହୋଇପାରେ ଏମିତି କ୍ଷତି

Advertisment

ସୌରଝଡ଼ ପୃଥିବୀ ଆଡ଼କୁ ଆଲୋକ ବେଗରେ ଗତି କରେ ଏବଂ ଆମ ନିକଟରେ ପହଞ୍ଚିବା ବେଳକୁ ଏହା ଏକ ବୈଦ୍ୟୁତିକ ଚାର୍ଜ ଦେଇଥାଏ। ଏହି ଆୟନାଇଜେସନ୍ ଉଚ୍ଚ-ଫ୍ରିକ୍ୱେନ୍ସି ସର୍ଟୱେଭ୍ ରେଡିଓ ସିଗନାଲ୍ ପାଇଁ ଏକ ଉଚ୍ଚ-ସାନ୍ଦ୍ରତା ପରିବେଶ ସୃଷ୍ଟି କରେ ଯାହା ଦୂର ଦୂରାନ୍ତରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିଥାଏ। ମାତ୍ର ଏହି ଚାର୍ଜ କଣିକା ଦ୍ୱାରା ଆଘାତ ପାଇବା ପରେ, ଇଲେକ୍ଟ୍ରନଗୁଡିକ ରେଡିଓ ତରଙ୍ଗ ସହିତ ବାରମ୍ବାର ଧକ୍କା ହୁଏ, ଯାହାଦ୍ୱାରା ସଙ୍କେତ ଖରାପ ହୋଇଯାଏ କିମ୍ବା ସଂପୂର୍ଣ୍ଣ ନଷ୍ଟ ହୋଇଯାଏ।

AR3664କୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ଆସନ୍ତା ଜୁନ୍ ୬ରେ ଏହା ପୁନର୍ବାର ପୃଥିବୀକୁ ଧକ୍କା ଦେବ ବୋଲି ଜଣାପଡିଛି। ଏହି ସମୟରେ ପୃଥିବୀ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ସହିତ ଅନ୍ୟ ଏକ ଜିଓମ୍ୟାଗ୍ନେଟିକ୍ ଝଡ ସୃଷ୍ଟି କରିବାର ଆଶଙ୍କା କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ ଗଡ଼ିବ ଟ୍ରେନ୍‌, ନାସା ତିଆରି କରିବ ରେଲୱେ ଷ୍ଟେସନ୍‌

NASA Solar Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ