• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-L1କୁ ନେଇ ଆସିଲା ବଡ଼ ଅପଡେଟ୍। ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିବାରେ ସଫଳ ହେଲା ଆଦିତ୍ୟ-L1। ଏହା ଉପରେ ଆଉ ପୃଥିବୀର ଚୁମ୍ବକୀୟ ଶକ୍ତିର କୌଣସି ପ୍ରଭାବ ପଡ଼ିବ ନାହିଁ । ଏବେ ଏହି ସ୍ପେଶକ୍ରାଫ୍ଟ ପୃଥିବୀ ଠାରୁ ୯ ଲକ୍ଷ ୨୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ମଙ୍ଗଳୟାନ ପରେ ଦ୍ୱିତୀୟ ଥର ପାଇଁ କୌଣସି ମହାକାଶଯାନକୁ ପୁଥିବୀର ସ୍ଫିୟର୍ ଅଫ୍ ଇନଫ୍ଲୁଏନ୍ସ ବା ମାଧ୍ୟାକର୍ଷଣ ବଳୟରୁ ମୁକ୍ତ କରିବାରେ ସଫଳ ହୋଇଛି ଇସ୍ରୋ ।

ଗତ ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଆଦିତ୍ୟ-L1ର ଉତକ୍ଷେପଣ ହୋଇଥିଲା । ଏବେ ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗ୍ରାଞ୍ଜ ପଏଣ୍ଟ L1 ଆଡ଼କୁ ଆଗେଇ ଚାଲିଛି । ଅର୍ଥାତ୍ ୨୮ ଦିନରେ ଏହା ଅଧାରୁ ଅଧିକ ଅର୍ଥାତ୍ ପ୍ରାୟ ୬୦ ପ୍ରତିଶତ ବାଟ ଅତିକ୍ରମ କରିସାରିଲାଣି । ସମ୍ଭବତଃ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରେ ଏହା L1 ପଏଣ୍ଟରେ ଅବସ୍ଥାପିତ ହେବ ଏବଂ ସୂର୍ଯ୍ୟ ସଂପର୍କିତ ଅନେକ ନୂଆ ତଥ୍ୟ ସଂଗ୍ରହ କରିବ ।...

ସେପଟେ ମଉଳି ଗଲା ଚନ୍ଦ୍ରୟାନ-୩ ପୁନଃସକ୍ରିୟ ହେବାର ଆଶା। ଚନ୍ଦ୍ରର ଦକ୍ଷିଣ ମେରୁରେ ଚିରଦିନ ଲାଗି ଶୋଇଗଲେ ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ। ପଏଣ୍ଟ ଶିବଶକ୍ତିରେ ପୁଣି ଥରେ ୧୪ ଦିନିଆ ରାତି ଆରମ୍ଭ ହୋଇସାରିଥିବାରୁ, ଲ୍ୟାଣ୍ଡର ଓ ରୋଭର୍ ପୁଣିଥରେ ନିଦରୁ ଉଠିବା ଆଶା ଚିରଦିନ ଲାଗି ମଉଳି ଯାଇଛି। ଗତକାଲି ସେଠାରେ ସୂର୍ଯ୍ୟାସ୍ତ ହେବା ଆରମ୍ଭ ହୋଇଛି ।

ପୃଥିବୀ ସମୟ ଅନୁସାରେ ଗତ ୨ ସପ୍ତାହ ଧରି ସେଠାରେ ସୂର୍ଯ୍ୟାଲୋକ ଥିବାରୁ, ଆବଶ୍ୟକ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରି ବିକ୍ରମ କେତେବେଳେ ବି ସକ୍ରିୟ ହୋଇପାରେ ଏବଂ ସିଗ୍ନାଲ୍ ପଠାଇପାରେ ବୋଲି ଆଶା ରଖିଥିଲା ଇସ୍ରୋ। ହେଲେ ତାହା ସମ୍ଭବ ହୋଇନାହିଁ ।