Advertisment

ଏପ୍ରିଲ ୬ରେ ପୃଥିବୀର ନିକଟତର ହେବ ବୃହତ ଉଲ୍‌କାପିଣ୍ଡ; ସତର୍କ କଲା ନାସା

ଆଗାମୀ ଦିନରେ ପୃଥିବୀର ନିକଟତର ହେବ ଉଲ୍‌କାପିଣ୍ଡ । ୫ଟି ଉଲ୍‌କାପିଣ୍ଡ ପୃଥିବୀ ଆଡ଼କୁ ଆସୁଥିବା କୁହାଯାଇଛି । ହେଲେ ସେଥିମଧ୍ୟରୁ ୨ଟି ଉଲ୍‌କାପିଣ୍ଡ ପୃଥିବୀର ନିକଟତର ହେବ । ଏନେଇ ସୂଚନା ଜାରି କରିଛି ନାସା।

ଅଦ୍ୟତନ ହୋଇଛି
NASA Asteroid Warning 2023 FZ

2023 FZ3

Advertisment

ପୃଥିବୀ ଆଡ଼କୁ ମାଡ଼ିଆସୁଛି ବୃହତ୍ ଉଲ୍‌କାପିଣ୍ଡ । ପୂର୍ବରୁ ଉଲ୍‌କାପିଣ୍ଡକୁ ନେଇ ବୈଜ୍ଞାନିକମାନେ ଅନେକ ଥର ସୂଚନା ଦେଇଥିବାବେଳେ ବର୍ତ୍ତମାନ ନାସା ପକ୍ଷରୁ ପୁଣିଥରେ ସତର୍କ ସୂଚନା ଜାରି କରାଯାଇଛି । ଖୁବ୍‌ଶୀଘ୍ର ଏହା ପୃଥିବୀର ନିକଟତର ହେବ ବୋଲି କୁହାଯାଇଛି । ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ର ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ଏନେଇ ସତର୍କ କରାଇଛି ।

Advertisment

ଦିଆଯାଇଥିବା ସୂଚନା ଆଧାରରେ ଆଗାମୀ ଦିନରେ ପୃଥିବୀର ନିକଟତର ହେବ ଉଲ୍‌କାପିଣ୍ଡ । ୫ଟି ଉଲ୍‌କାପିଣ୍ଡ ପୃଥିବୀ ଆଡ଼କୁ ଆସୁଥିବା କୁହାଯାଇଛି । ହେଲେ ସେଥିମଧ୍ୟରୁ ୨ଟି ଉଲ୍‌କାପିଣ୍ଡ ପୃଥିବୀର ନିକଟତର ହେବ । ସେମାନଙ୍କ ନାଁ ସହିତ ପୃଥିବୀ ଠାରୁ କେତେ ଦୂରରେ ରହିଛି ସେନେଇ ମଧ୍ୟ ସୂଚନା ଦିଆଯାଇଛି । ଉଲ୍‌କାପିଣ୍ଡ ଗୁଡ଼ିକର ନାଁ ହେଉଛି ଆଷ୍ଟେରଏଡ୍ ୨୦୨୩ FU୬, ଆଷ୍ଟ୍ରୋଏଡ ୨୦୨୩ FS୧୧, ଆଷ୍ଟ୍ରୋଏଡ ୨୦୨୩ FA୭, ଆଷ୍ଟେରଏଡ୍ ୨୦୨୩ FQ୭ ଓ ଆଷ୍ଟ୍ରୋଏଡ ୨୦୨୩ FZ୩ ।

ଅଧିକ ପଢ଼ନ୍ତୁ: ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍

୪୫ ଫୁଟ୍‌ ଆକାରର ରହିଛି ଆଷ୍ଟ୍ରୋଏଡ ୨୦୨୩ FU୬ । ପୃଥିବୀ ଠାରୁ ଏହା ୧,୮୭୦,୦୦ କିଲୋମିଟର ଦୂରରେ ରହିଛି ।
ଆଷ୍ଟ୍ରୋଏଡ ୨୦୨୩ FS୧୧ର ଆକାର ରହିଛି ୮୨ ଫୁଟ । ଏହା ବର୍ତ୍ତମାନ ପୃଥିବୀ ଠାରୁ ୬,୬୧୦,୦୦୦ କିଲୋମିଟର ଦୂରରେ ରହିଛି ।

Advertisment

ଆଷ୍ଟ୍ରୋଏଡ ୨୦୨୩ FA୭ର ଆକାର ରହିଛି ୯୨ ଫୁଟ । ଏହା ଏପ୍ରିଲ ୪ ତାରିଖରେ ପୃଥିବୀର ନିକଟତର ହେବ ବୋଲି କୁହାଯାଇଛି । ୨,୨୫୦,୦୦୦ କିଲୋମିଟର ଦୂରରେ ଏହା ପୃଥିବୀ ଅତିକ୍ରମ କରିବ ବୋଲି କୁହାଯାଇଛି ।

ଆଷ୍ଟ୍ରୋଏଡ ୨୦୨୩ FQ୭ର ଆକାର ରହିଛି ୧୫୦ ଫୁଟ । ଏହା ଏପ୍ରିଲ୍ ୫ ତାରିଖରେ, ୫,୭୫୦,୦୦୦ କିଲୋମିଟର ଦୂରତାରେ ପୃଥିବୀର ନିକଟତର ହେବବୋଲି କୁହାଯାଇଛି ।

Advertisment

ଶେଷରେ ରହିଛି ଆଷ୍ଟ୍ରୋଏଡ ୨୦୨୩ FZ୩ ଆଷ୍ଟ୍ରୋଏଡ । ଏହି ଆଷ୍ଟ୍ରୋଏଡ ହେଉଛି ସବୁଠାରୁ ବଡ଼ ଆଷ୍ଟ୍ରୋଏଡ । ଯାହାର ଆକାର ଏକ ବିମାନ ସଦୃଶ ରହିଛି । ଏହା ଏପ୍ରିଲ ୬ ତାରିଖରେ ପୃଥିବୀ ନିକଟ ଦେଇଯିବ ବୋଲି ଅନୁମାନ କରାଯାଉଛି ।

NASA Asteroid Earth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ