Advertisment

ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଅପେକ୍ଷାରତ ତିନି ରଥ

ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୋଲିସ୍।

ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଅପେକ୍ଷାରତ ତିନି ରଥ

Rathayatra

Advertisment

ପୁରୀ: ଜନ୍ମବେଦୀରେ ସରି ସରି ଆସୁଛି ଚତୁର୍ଦ୍ଧା ମୂରତିଙ୍କ ଲୀଳାଖେଳା। ଏପଟେ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବାହୁଡ଼ାଇ ଆଣିବାକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗର ଅପେକ୍ଷାରତ ତିନି ରଥ। ଗତ ଥର ଭଳି ଏଥର ବି ଆଡ଼ପ ମଣ୍ଡପରେ ଆଜି ବିନା ଭକ୍ତରେ ଶେଷ ହୋଇଛି ଠାକୁରଙ୍କ ସଧ୍ୟା ଦର୍ଶନ। ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ନୀତି ନର୍ଘଣ୍ଟ ଅନୁସାରେ ବାହୁଡ଼ା ପ୍ରସ୍ତୁତି ବି ଆରମ୍ଭ ହୋଇଛି। ଆଜି ରାତିରେ ଠାକୁରଙ୍କ ବଡ଼ ସିଂହାର ବେଶ ପରେ ପହୁଡ଼ ନୀତି କରାଯାଇ ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଟ କଣ୍ଟ ଓ ସେନାପଟା ଲାଗି କରାଯିବ।

Advertisment

ଆସନ୍ତାକାଲି ଭୋର ୪ଟାରେ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି ହୋଇ ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା ନୀତି ସମ୍ପନ୍ନ କରାଯାଇ ୪ଟା ସୁଦ୍ଧା ରଥଟଣା ଆରମ୍ଭ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି।

ସେପଟେ ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୋଲିସ୍। ସେଥିପାଇଁ ଆଜି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍।

Advertisment

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବି ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ ।ଯେଉଁଥିରେ ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି। ତାସହ ବାହୁଡ଼ାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟର ମଧ୍ୟ ସମୀକ୍ଷା ହୋଇଛି।

ସେପଟେ ଶ୍ରୀମନ୍ଦିର ବେହରଣ ଦ୍ୱାରର ରୂପା ଛାଉଣି କାମ ଇତିମଧ୍ୟରେ ଶେଷ ହୋଇଥିବାବେଳେ ଆସନ୍ତା ନୀଳାଦ୍ରିବିଜେ ମଧ୍ୟରେ ଅନ୍ୟ ତିନି ଦ୍ୱାର ଜୟ ବିଜୟ ଦ୍ୱାର, ଭୋଗମଣ୍ଡପ ଓ ସାତପାହଚ ଦ୍ୱାରର ରୂପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଯଦି କଳାହାଟ ଦ୍ୱାରର ରୂପାଛାଉଣି ଏହି ସମୟ ମଧ୍ୟରେ ହୋଇନପାରେ ତାହାଲେ ଆସନ୍ତା ରଥଯାତ୍ରାବେଳେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ: ମଧୁସୂଦନ ମିଶ୍ର, ପ୍ରଦୀପ ମହାନ୍ତି, ଅତୂଲ୍ୟ ବାଉତ

Odisha News Puri Jaggannth Temple Police Ratha Yatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ