Advertisment

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀଜଗନ୍ନାଥଙ୍କୁ ଶୁଭ୍ର ହୀରା, ବଡ଼ ଠାକୁର ଶ୍ରୀବଳଭଦ୍ରକଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନ୍ନା ଖଚିତ ରତ୍ନ ଚିତା ଲାଗି କରାଯାଏ । ହୀରା, ନୀଳା ଓ ମଣି ମାଣିକ୍ୟରେ ଏହି ଚିତା ଶ୍ରୀମସ୍ତକରେ ଲାଗି କରିବା ପାଇଁ ଓଷୁଅ ସାଙ୍ଗରେ ଶ୍ରୀପଟ-ଶ୍ରୀପଟି ମାଧ୍ୟମରେ ଲାଗି କରାଯାଇଥାଏ ।

Jay Jagannath

Jay Jagannath

Advertisment

ଆଜି ଶ୍ରାବଣ, କୃଷ୍ଣ ଅମାବାସ୍ୟା ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି । ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ମହାପ୍ରୁଙ୍କର ମସ୍ତକରେ ଚିତାଲାଗି କରାଯିବ । ଏଥିପାଇଁ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୂଲ୍ୟ ରତ୍ନ ଚିତାକୁ ଲଗାଇବେ।

Advertisment

ଶ୍ରୀଜଗନ୍ନାଥଙ୍କୁ ଶୁଭ୍ର ହୀରା, ବଡ଼ ଠାକୁର ଶ୍ରୀବଳଭଦ୍ରକଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନ୍ନା ଖଚିତ ରତ୍ନ ଚିତା ଲାଗି କରାଯାଏ । ହୀରା, ନୀଳା ଓ ମଣି ମାଣିକ୍ୟରେ ଏହି ଚିତା ଶ୍ରୀମସ୍ତକରେ ଲାଗି କରିବା ପାଇଁ ଓଷୁଅ ସାଙ୍ଗରେ ଶ୍ରୀପଟ-ଶ୍ରୀପଟି ମାଧ୍ୟମରେ ଲାଗି କରାଯାଇଥାଏ । ସ୍ନାନପୂର୍ଣ୍ଣିମା ଦିନ ମହାସ୍ନାନ ପରେ ମହାପ୍ରଭୁଙ୍କୁ ଲଲାଟରୁ ଯେଉଁ ଚିତା ଓଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ଅମାବାସ୍ୟା ତିଥିରେ ଲାଗି କରାଯାଏ ।

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସରେ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ବିଭିନ୍ନ ନୀତିକାନ୍ତି ସରିବା ପରେ ବାଡ଼ଗ୍ରାହୀ ଦଇତାପତିମାନେ ରତ୍ନସିଂହାସନରେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ଶ୍ରୀଜିଉ ମାନଙ୍କର ମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁ ଲାଗି କରାଯାଇଥିଲା ସୋଲା ଚିତା । ଆଜି ଏହି ସୋଲା ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯିବ ।

Advertisment

ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳା ଖଚିତ ଚିତା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ପାନା ଚିତା ଲାଗି କରାଯିବ। ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।

Sri Jagannath Jay Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ