Advertisment

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ, ମିଳିଲା କାଳିଆ ଦର୍ଶନ

ଅପେକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର। ମହାବାହୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ମିଳିଲା ଭକ୍ତଙ୍କୁ।

ଅଦ୍ୟତନ ହୋଇଛି
ବିନା ଅନୁମତିରେ ପ୍ରବେଶ କରିବାରୁ ୪ ଏଏନଏମ ସସପେଣ୍ଡ

PURI-SRIMANDIRA-NEW

Advertisment

ପୁରୀ: ଅପେକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର। ମହାବାହୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ମିଳିଲା ଭକ୍ତଙ୍କୁ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା। ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି  । କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି  ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

ବ୍ୟାରିକେଡ କିଓସ୍କୋ ସହ ୬ଟି ଅସ୍ଥାୟୀ ରୁମ୍‌ରେ ଫଟୋ ପରିଚୟପତ୍ର, ଆଧାର କାର୍ଡ ଆଦି ପ୍ରମାଣ ପତ୍ର ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ହୋଇଛି ।

୧୬ ତାରଖରୁ ୨୦ ତାରଖ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ପୁରୀ ବାସୀ ସକାଳ ୭ଟାରୁ ସାଢେ ୧୦ଟା, ଦିନ ୧୧ଟାରୁ ସାଢେ ୨ଟା ଏବଂ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ କରିବେ।

Advertisment

ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ପୁରୀବାସୀଙ୍କୁ ୱାର୍ଡ ଅନୁଯାୟୀ ବିଭକ୍ତ କରାଯାଇଛି। ସବୁ ୱାର୍ଡର ସବୁ ଘରେ ଟୋକନ ଦିଆଯାଇଛି। କେଉଁ ସ୍ଲଟରେ କିଏ ଦର୍ଶନ କରିବ ତାହା ଜଣାଇ ଦିଆଯାଇଛି। ସେମାନଙ୍କୁ ରେସିଡେନ୍ସ ପ୍ରମାଣ ଦେବାକୁ ପଡ଼ିବ।  ମନ୍ଦିର ପ୍ରବେଶ ପଥରେ ୮ଟି କାଉଣ୍ଟରରେ ଏହି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏହା ବ୍ୟତୀତ ସାନିଟାଇଜର ବ୍ୟବହାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତ କୋଭିଡ ନିୟମ ମାନି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି।

Advertisment

ଅନ୍ୟପକ୍ଷେ ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବେ। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି।

ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା। କିନ୍ତୁ ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ଧା ଆରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରିପାରିବେ। ଶନିବାର ଓ ରବିବାର ସଟଡାଉନ ସମୟରେ ମଧ୍ୟ ଶବଦାହ କରାଯାଇପାରିବ।

ତେବେ କୋଭିଡ ରୋଗୀଙ୍କ ଶବ ସତ୍କାର କରିପାରିବେ ନାହିଁ ।ଯଦି ସାମାଜିକ ଦୂରତା ନରହିବ ତାହା ହେଲେ ପୁର୍ନବାର କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Puri Srimandir Sri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ