Advertisment

ଲାଗିଲା ନବାନ୍ନ। Nabana to Samaleswari

ସମ୍ବଲପୁର ଓ ବଲାଙ୍ଗିରର ଆରାଧ୍ୟ ଦେବୀ ମାଆ ସମଲେଇଙ୍କ ପାଖରେ ନବାନ୍ନ

ଅଦ୍ୟତନ ହୋଇଛି
OTV

NABANA

Advertisment

() ମାଆ ସମଲେଇଙ୍କ ପାଖରେ ଲାଗିଛି ନବାନ୍ନ। ସମ୍ବଲପୁର ଓ ବଲାଙ୍ଗିରର ଆରାଧ୍ୟ ଦେବୀ ମାଆ ସମଲେଇଙ୍କ ପାଖରେ ଆଜି ନବାନ୍ନ ଲାଗୁ କରାଯାଇଛି। ଘଣ୍ଟ ଘଣ୍ଟା ବାଦ୍ୟର ତାଳେ ତାଳେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ନବାନ୍ନକୁ ଲାଗି କରାଯାଇଥିଲା। ମାଆଙ୍କୁ ନୂଆ ଲାଗି ହେବା ପରେ ଲୋକେ ଘରେ ଘରେ ନୂଆ ଖାଇବା ପରମ୍ପରା ଆରମ୍ଭ ହୋଇଛି। ମାଆ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ବ ଦେବାଦେବୀଙ୍କ ପାଖରେ ବି ନବାନ୍ନ ଲାଗି ହୋଇଛି। ଖାଲି ସମ୍ବଲପୁର ନୁହେଁ ବଲାଙ୍ଗିରରେ ବି ମାଆ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି।
() ସେହିପରି ସୋନପୁରରୁ ବରଗଡ଼ ସବୁଠି ନୂଆ ଅନ୍ନ ଲାଗୁ ହୋଇଛି। ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଆ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ ଜିଲ୍ଲାବାସୀ ନିଜ ନିଜ ଘରେ ନୁଆଁ ଖାଇବେ। ଏଥିପାଇଁ ସମସ୍ତ ଖଞ୍ଜା ରଞ୍ଜ ସମଲେଇ ମନ୍ଦିର ରେ ପ୍ରସ୍ତୁତ ପରେ ଛତି ଛତ୍ର ସହ ଢୋଲ ଓ ନିଶାନ ଭିତରେ ପାରମ୍ପରିକ ଶୋଭାଯାତ୍ରା ବାହାରିଛି। ଏହି ପାହୁର ଯାତ୍ରା ଇଷ୍ଟ ଦେବୀ ସୁରେଶ୍ୱରୀଙ୍କ ପାଖରେ ପହଁଚିଲା ପରେ ଦେବୀଙ୍କ ପାଖରେ ଭୋଗ ଲାଗିହୋଇଥିଲା। ପରେ ପରେ ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢ଼ୀସମଲାଇ ଆଦି ଅଷ୍ଟଚଣ୍ଡୀଙ୍କ ପାଖକୁ ପାହୁର ଭୋଗ ପହଁଚି ଲାଗୁ ହେଉଛି।
() ନୂଆଁଖାଇ ପାଇଁ ଉତ୍ସବ ମୁଖର ଗାଁରୁ ସହର। ପିଠା, ମିଠାରେ ମହକୁଛି ପଶ୍ଚିମ ଓଡ଼ିଶା। ଘରେ ଘରେ ଚାଲିଛି ନୂଆ ଖାଦ୍ୟ ପ୍ରସ୍ତୁତି। ସମ୍ବଲପୁରରୁ ସୁନ୍ଦରଗଡ଼, କଳାହାଣ୍ଡିରୁ ସୋନପୁର...ପଶ୍ଚିମ ଓଡ଼ିଶାର ପ୍ରତିକୋଣ ଅନୁକୋଣରେ ଚାଲିଛି ଆଜି ନୂଆଖାଇ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି। କିଏ ଖାଇବା ବନଉଛି କିଏ ପାରମ୍ପରିକ ଶାଳ ପତ୍ରରେ ଦନା ତ ପୁଣି କିଏ ସୁସ୍ବାଦୁ ମିଠା ଛାଣୁଛି। ଭଳିକି ଭଳି ଖାଦ୍ୟ ସହ ଘରର ସବୁ ଛୋଟ ବଡ଼ ଏକାଠି ଭାବେ ଆଜି ନୂଆ ଖାଇବେ। ପରେ ଛୋଟ ମାନେ ବଡ଼ ବୟସ୍କ ମାନଙ୍କଠୁ ଆଶୀର୍ବାଦ ନେବେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ