Advertisment

BolBam Yatra:ବିଦେଶ ମାଟିରେ ଶୁଭିଲା ବୋଲ୍ ବମ୍ ଡାକ, ୟୁକେରେ ଶିବଭକ୍ତଙ୍କ ସମାଗମ

ଦୂରତା ବଢ଼ି ଗଲେ ବି ପରମ୍ପରା କିନ୍ତୁ କମିନି। ଓଡ଼ିଆ ଯେଉଁଠି ରହିବେ, ସାଙ୍ଗରେ ନେଇ ଯାଇଥାନ୍ତି ନିଜ ଚଳଣୀ, ପରମ୍ପରା ଓ ପର୍ବପର୍ବାଣୀ। ଏ ଦୃଶ୍ୟ ହେଉଛି ଇଂଲଣ୍ଡ ବା ୟୁକେସ୍ଥିତ ସର୍ବ ପୁରାତନ ସହର ବାଥ୍ ସିଟିରେ ବୋଲ୍ ବମ୍ ଯାତ୍ରାର। ଓଡ଼ିଆ ତଥା ଭାରତୀୟମାନେ ମିଶି ଶ୍ରାବଣ ମାସରେ ଏଠାରେ ପାଳନ କରିଛନ୍ତି କାଉଡ଼ିଆ ଯାତ୍ରା ବା ବୋଲବମ୍ ଯାତ୍ରା।

bolbom in uk

ଏଠାରେ ରହୁଥିବା ଶିବଭକ୍ତଙ୍କ ଦ୍ୱାରା ପଞ୍ଚମ ବର୍ଷ ପାଇଁ ଏଠାରେ ଏହାର ଆୟୋଜିତ ହୋଇଥିଲା। ଏହାକୁ ବାଥ୍ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର କର୍ତୃପକ୍ଷ ଏବଂ ବାଥ୍ ହିନ୍ଦୁ ସମ୍ପ୍ରଦାୟର ସହଯୋଗରେ ଆୟୋଜିତ ହୋଇଥିଲା। ଏହା ୟୁକେରେ ଅନୁଷ୍ଠିତ ଏକମାତ୍ର କାଉଡ଼ିଆ ଯାତ୍ରା, ଯେଉଁଥିରେ ୟୁକେ ଏବଂ ବିଦେଶରୁ ଶତାଧିକ ଭକ୍ତ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

ଏଠାରେ ଥିବା ରୋମାନ ବାଥ୍‌ସ ଝରଣାଟି ହେଉଛି ଏକ ପବିତ୍ର ଉଷ୍ଣ ପ୍ରସ୍ରବଣ ବା ପ୍ରାକୃତିକ ଗରମ ପାଣି ଝରଣା। ଯାହା କି ରୋମାନ୍ ଦେବୀ ସୁଲିସଙ୍କୁ ଉତ୍ସର୍ଗୀକୃତ। ଯାହାଙ୍କୁ ରୋମାନମାନେ ମିନେର୍ଭାଙ୍କ ସହ ତୁଳନା କରିଥାନ୍ତି। ଶିବଭକ୍ତମାନେ ଏହି ରୋମାନ ବାଥ୍‌ସରୁ ପବିତ୍ର ଜଳ ସଂଗ୍ରହ କରିଥିଲେ ଓ ମାଇଲ ମାଇଲ ପଦଯାତ୍ରା କରି ମନ୍ଦିରରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ ପାଇଁ ଅର୍ପଣ କରିଥିଲେ।

Advertisment

ଏହି ଉତ୍ସବ ପାଇଁ ମାଟିରେ ସ୍ୱତନ୍ତ୍ର ଭାବରେ ଶିବଲିଙ୍ଗ ନିର୍ମାଣ କରି ସ୍ଥାପନ ହୋଇଥିଲା। ଏହାପରେ ଆରତୀ, ଭଜନ ଏବଂ ପ୍ରସାଦ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏଠାକାର ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଦିନ ଅନ୍ନଦାନ କରାଯାଏ। ଶ୍ରୀ ଜଗନ୍ନାଥଙ୍କ କ୍ୟାଲେଣ୍ଡର ଅନୁସାରେ ମନ୍ଦିରରେ ସମସ୍ତ ରୀତିନୀତି ଏବଂ ଉତ୍ସବ ପାଳନ କରାଯାଏ। ଏହି ଉତ୍ସବଗୁଡ଼ିକ ପାଳନ ଦ୍ୱାରା ୟୁକେରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ମିଳିଥାଏ। ଏଥରର କାଉଡ଼ିଆ ଯାତ୍ରାକୁ ଶ୍ରୀଜଗନ୍ନାଥ ମନ୍ଦିର ୟୁକେର ଟ୍ରଷ୍ଟି- ସେବିକା ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ।

United Kingdom Bolbam Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ