• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରରେ ‘ପାୱାର’ ପ୍ଲେ । ଶକ୍ତି ପ୍ରଦର୍ଶନ କଲେ ଦାଦା-ପୁତୁରା । ଆଜି ମହାରାଷ୍ଟ୍ରରେ ସମାନ୍ତରାଳ ଭାବେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦାଦା ଶରଦ ପାୱାର ଓ ପୁତୁରା ଅଜିତ୍ ପାୱାର। ଏନସିପି କାହାର, ତାହା ପ୍ରମାଣିତ କରିବାକୁ ଆଜି ଦାଦା-ପୁତୁରା ପୃଥକ୍ ପୃଥକ୍ ଭାବେ ଦୁଇଟି ବୈଠକ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ଏନସିପିର ମୋଟ ୫୩ ବିଧାୟକଙ୍କ ମଧ୍ୟରୁ ଅଜିତ୍ ପାୱାରଙ୍କ ବୈଠକରେ ୩୪ ଜଣ ବିଧାୟକ ଉପସ୍ଥିତ ଅଛନ୍ତି ।

ସେହିପରି ଶରଦ ପାୱାରଙ୍କ ସହ ବୈଠକରେ ୧୩ ଜଣ ବିଧାୟକ ଉପସ୍ଥିତ ଅଛନ୍ତି । ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଅଜିତ ପାୱାରଙ୍କ ଗୋଷ୍ଠୀ ଦାବି କରିଛି । ଦଳବଦଳ ଆଇନ୍ ଅନୁସାରେ, ଅଜିତ୍ ପାୱାରଙ୍କୁ ୫୩ ସିଟରୁ ଦୁଇ ତୃତୀୟାଂଶ ଅର୍ଥାତ୍ ୩୬ ବିଧାୟକଙ୍କ ସମର୍ଥନ ଦରକାର, ନଚେତ୍ ସେ ଏନସିପିର ମାନ୍ୟତା ହରାଇବେ। ଉଭୟ ଶରଦ ଓ ଅଜିତ୍ ଗୋଷ୍ଠୀ ଅସଲ ଏନସିପି ବୋଲି ଦାବି କରୁଛନ୍ତି ।

ତେବେ ସଭାରେ ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ତେରଛା ବାଣ ମାରିଛନ୍ତି । ନୂଆ ଲୋକଙ୍କୁ ଦଳର ନେତୃତ୍ୱ ସୁଯୋଗ ଦେବା ଦରକାର ବୋଲି ସେ କହିଛନ୍ତି । ଅନ୍ୟ ଦଳରେ ନିର୍ଦ୍ଦିଷ୍ଟ ବୟସ ପରେ ଲୋକେ ଅବସର ନେଉଛନ୍ତି। ଆପଣ ମଧ୍ୟ ନୂତନ ଲୋକଙ୍କୁ ସୁଯୋଗ ଦେବା ଉଚିତ୍ । ଆପଣଙ୍କର ବୟସ ୮୩, ଏବେ ଆପଣଙ୍କର ବିଶ୍ରାମ ନେବାର ସମୟ ଆସିଛି । ଆପଣ ଆମକୁ ଆଶୀର୍ବାଦ ଦିଅନ୍ତୁ ।"

ଗତ ୨ ତାରିଖରେ ଅଜିତ୍ ପାୱାର ବିଜେପି ଓ ଏକନାଥ ସିନ୍ଧେଙ୍କ ସରକାରରେ ସାମିଲ ହୋଇଥିଲେ । ଏହି ଅବସରରେ ଅଜିତ୍ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଓ ତାଙ୍କ ସହ ୮ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।