• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବିଧାନସଭା ନିର୍ବାଚନ ପୂର୍ବରୁ ୨ ମୁଖ୍ୟମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦିନ ଭଳି ଆଜି ବି ଗୋରଖନାଥ ମନ୍ଦିରକୁ ଯାଇ ପୂଜା କରିଛନ୍ତି । ସବୁଦିନ ଠାରୁ ଏହି ପୂଜା କିଛି ସ୍ୱତନ୍ତ୍ର ଥିଲା । ହେଲେ ଆଜି ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ହୋମ କରିଥିଲେ । ନିଜ ଚିରାଚରିତ ଗୋରଖପୁର ସିଟିରେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଯୋଗୀ । ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଯୋଗୀ ଆଦିତ୍ୟନାଥ । ତେଣୁ ତାପୂର୍ବରୁ ଭଗବାନଙ୍କ ଆରାଧନା କରିଛନ୍ତି ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ୪୦୩ଟି ବିଧାନସଭା ଆସନ ରହିଛି । ୨୦୧୭ ନିର୍ବାଚନରେ ବିଜେପି ୩୧୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ୭ଟି, ସମାଜବାଦୀ ପାର୍ଟି ୪୭ଟି ଓ ବିଏସ୍‌ପି ୧୯ଟି ଆସନ ଜିତିଥିଲା।

ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ମଧ୍ୟରାତ୍ରୀରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ହିମାଚଳପ୍ରଦେଶ କାଙ୍ଗରାରେ ମାଆ ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ମଧରାତ୍ରୀରେ ମନ୍ଦିରରେ ପହଞ୍ଚି ହୋମ କରିବା ସହ କିଛି ସମୟ ପାଇଁ ସମାଧିରେ ବି ବସିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now