/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697280727.jpg)
Samir Ranjan Dash
ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାଁରେ ସାଂଘାତିକ ଅଭିଯୋଗ । ଗୁଣ୍ଡା ପଠାଇ ଧମକ ଚମକ ଦେବା ଅଭିଯୋଗ କରିଛନ୍ତି ଖୋଦ ତାଙ୍କରି ଦଳର ଜଣେ ମହିଳା କର୍ମୀ । ଏନେଇ ଥାନାରେ ଦୁଇ ଦୁଇଟା ଏତଲା ପରେ ବି କିଛି ବି କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ ।
ଏହି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି କର୍ମୀ ଜ୍ୟୋତ୍ସାରାଣୀ ନାୟକ । ତାଙ୍କ କହିବା ଅନୁଯାୟୀ ଦଳ ପକ୍ଷରୁ ହୋଇଥିବା ଜନ ସମ୍ପର୍କ ଯାତ୍ରାରେ ଗତ ୯ ତାରିଖରେ ସେ କର୍ମୀ ହିସାବରେ ସାମିଲ ହୋଇଥିଲେ । ହେଲେ କିଛି ଲୋକେ ତାଙ୍କୁ ବିରୋଧ କରିଥିଲେ । ଏଥି ସହ କୁସୁପୁର ବଜାରରେ ଆସି ତାଙ୍କୁ ଧମକ୍ ଦେଇଥିଲେ, ଗଣ୍ଡଗୋଳ କରିଥିଲେ ଏବଂ ନଆସିବାକୁ ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ଜ୍ୟୋତ୍ସାରାଣୀ ଥାନାରେ ଏତଲା ଦେଇଥିଲେ ।
ତେବେ ପରେ ୧୧ ତାରିଖରେ ପୁଣି ସେମାନେ ଆସି ଆଉ ଥରେ ଧମକ ଦେଇଥିଲେ । ତାଙ୍କ ଗାଡିର ମିରର ଭାଙ୍ଗିବା ସହ ବିଜେଡି ପତାକା ଚିରିଦେଇଥିବା ଏବଂ ଥାନାରେ କାହିଁକି ଏତଲା ଦେଲୁ ବୋଲି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଜ୍ୟୋତ୍ସାରାଣୀ କହିଛନ୍ତି । ଏଥିସହ ସେ ୪ ଜଣଙ୍କ ନାଁ ମଧ୍ୟ ନେଇଛନ୍ତି । ବିଧାୟକ ସମୀର ଦାଶ ସେମାନଙ୍କୁ ପଠାଇଥିବା କଥା ସେମାନେ କହିଥିବା ଜ୍ୟୋତ୍ସାରାଣୀ ଅଭିଯୋଗ କରିଛନ୍ତି ।
ଏନେଇ ପୋଲିସର ପ୍ରତିକ୍ରିୟା ମିଳିନଥିବାବେଳେ ବିଧାୟକ ସମୀର ଦାଶ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଅପରପକ୍ଷରେ ସମୀର ଦଶଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ଯେ ଜ୍ୟୋତ୍ସାରାଣୀ ବିଜେଡିର ନୁହେଁ, ବିଜେପିର କର୍ମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)