/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643080907.jpg)
Woman Accuses Former Minister Jual Oram Of Misbehaviour
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବିଜେପି ଅଫିସରେ ଜଣେ ଯୁବତୀ ଭଙ୍ଗାରୁଜା କରିଛନ୍ତି। ରାଉରକେଲା ସହରରେ ଏହି ଘଟଣା ଘଟିଛି। ଜୁଏଲ ଫୋନରେ ତାଙ୍କୁ ଗାଳିଗୁଲଜ କରିଥିବା ଗୌରୀ ମୁଣ୍ଡାରୀ ନାମକ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି।
ଯୁବତୀଙ୍କ କହିବା ଅନୁସାରେ, ସରପଞ୍ଚ ପ୍ରାର୍ଥୀ ଭାବେ ସେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ଜୁଏଲ୍ଙ୍କୁ କହିଥିଲେ। ତେବେ ଜୁଏଲ୍ ତାଙ୍କୁ ସହଯୋଗ ବଦଳରେ ଫୋନ୍ରେ ଗାଳିଗୁଲଜ କରିଥିବା ଗୌରୀ ଅଭିଯୋଗ ଆଣିଛନ୍ତି। ଘଟଣା ପରେ ସେ ରାଉରକେଲା ସେକ୍ଟର-୩ ରେ ଥିବା ବିଜେପି ପାର୍ଟି ଅଫିସ୍କୁ ଯାଇ ଭଙ୍ଗାରୁଜା କରିଥିଲେ।
ଅଭିଯୋଗ ଆଣି ଗୌରୀ ମୁଣ୍ଡାରୀ କହିଛନ୍ତି, ‘ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ଜୁଏଲ୍ ଓରାମ୍ଙ୍କୁ ଫୋନ୍ କରିଥିଲି। ସମର୍ଥନ କରିବେ ବୋଲି ସେ ହଁ ମଧ୍ୟ କହିଥିଲେ। ସେ ରାଉରକେଲା ଆସିବାର ଥିଲା। ତେଣୁ କେଉଁ ସମୟରେ ସେ ରାଉରକେଲା ଆସିବେ ସମୟ ଜାଣିବା ପାଇଁ ତାଙ୍କୁ ଫୋନ୍ କରିଥିଲି। ତେବେ ଏହି ସମୟରେ ସେ ଫୋନ୍ରେ ମୋତେ ଗାଲିଗୁଲଜ କରିଥିଲେ। ତାଙ୍କର(ଜୁଏଲ୍ ଓରାମ) କହିବା କଥା, ଯେଉଁମାନେ ରାଜନୀତି କରୁଛନ୍ତି, ସେମାନେ ଖରାପ ଘରୁ ଆସିଛନ୍ତି। ଖରାପ ଝିଅ।’
ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ଜୁଏଲ୍ଙ୍କ ପ୍ରତିକ୍ରିୟା ମିଳିନାହିଁ। ତେବେ ପାର୍ଟି ଅଫିସରେ ଭଙ୍ଗାରୁଜାକୁ ନେଇ ସେକ୍ଟର-୩ ଥାନାରେ ବିଜେପି ଅଭିଯୋଗ କରିଛି। ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ କହିଛନ୍ତି, ଏହା ପ୍ରାୟୋଜିତ ମିଥ୍ୟା ଅଭିଯୋଗ। ଜୁଏଲ୍ ଓରାମଙ୍କୁ ବଦନାମ୍ କରିବା ପାଇଁ ଏଭଳି କରାଯାଇଛି। କୌଣସି ଏକ ନିର୍ଦ୍ଧିଷ୍ଟ ପାର୍ଟି ଦ୍ୱାରା ଏଭଳି ଆୟୋଜନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)