Advertisment

୨୪ ନିର୍ବାଚନରେ ବିଜେଡିକୁ ବୁମେରାଂ ହେବନି ତ ମହିଳା କାର୍ଡ?

ମହିଳା ଭୋଟକୁ ନେଇ ବ୍ୟାକଫୁଟ୍ ରେ କି ବିଜେଡି? ମାଳମାଳ ଦଳୀୟ ନେତାଙ୍କ ନାଁରେ 'ମହିଳା ବିରୋଧୀ' ମାମଲା

ଅଦ୍ୟତନ ହୋଇଛି
General Election 2024

BJD

Advertisment

ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧ ତାଲିକାରେ ଯୋଡ଼ି ହେଉଛି ବିଜେଡିର ଜଣକ ପରେ ଜଣେ ନେତା ମନ୍ତ୍ରୀଙ୍କ ନାଁ। ଯାହାକୁ ନେଇ ଅଡୁଆରେ ଦଳ, ଟେନସନରେ ସୁପ୍ରିମୋ। ୨୪ ନିର୍ବାଚନରେ ସରକାର ବିରୋଧରେ, ବିରୋଧୀଙ୍କ ପାଖରେ ଏହା ହିଁ ମୁଖ୍ୟ ଅସ୍ତ୍ର। ଖାଲି ଅନଙ୍ଗ ଉଦୟ କି ଶଶିଭୂଷଣ ନୁହନ୍ତି, ମାଳ ମାଳ ନେତା ମନ୍ତ୍ରୀଙ୍କ ନାଁରେ ମାମଲା ଥାଇ ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ନବୀନ, ତାକୁ ନେଇ ବି ଉଠିଲାଣି ପ୍ରଶ୍ନ। ଏସବୁ ଭିତରେ ଆଜି ବିରୋଧୀ ଅଭିଯୋଗ କରିଛନ୍ତି, ଏଠି ମହିଳା ସଶକ୍ତୀକରଣ ନାଁରେ ଶୋଷଣ ଚାଲିଛି। ଯାହାର ଜବାବ ରଖିଛି ବିଜେଡି।...

Advertisment

ବୁମେରାଂ ହେବ କି ଦଳୀୟ ନେତାଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା? ଜଣକ ପରେ ଜଣେ ନେତା ମାମଲାରେ ଛନ୍ଦି ହେବା ପରେ ଦଳ ପାଇଁ ବଢୁଛି ଅଡୁଆ। କାହିଁକି ନା ୨୪ ନିର୍ବାଚନରେ ଏହି ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିବାକୁ ସଜ ହେଲେଣି ବିରୋଧୀ। ନଗଦ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓ ଏବଂ ବିଧାୟକ ଶଶିଭୂଷଣ ବେହେରାଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ପାଲଟିଛି ବଡ଼ ପ୍ରସଙ୍ଗ।

ଅଧିକ ପଢ଼ନ୍ତୁ: ଶାସକ ଦଳ ହାତରୁ ଖସୁଛି କି ଗଞ୍ଜାମ? ୨୪ ନିର୍ବାଚନରେ ଅଡୁଆ ସ୍ଥିତି ସୃଷ୍ଟି ହେବା ଆଶଙ୍କା

Advertisment

ସେହିପରି ନିକଟରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦଳୀୟ ନେତ୍ରୀଙ୍କ ନିର୍ଯାତନା ଅଭିଯୋଗ ମାମଲା, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପ୍ରେମ ଓ ପ୍ରତାରଣା ଅଭିଯୋଗ, ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ, ମମିତା ମେହେର ହତ୍ୟା ପ୍ରସଙ୍ଗରେ ତତ୍କାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନୟାଗଡ଼ ପରୀ ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି  ଅଭିଯୋଗ ଆସିଥିଲା। ଏ ତମାମ ମାମଲାକୁ ପ୍ରସଙ୍ଗ କରି ୨୪ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କଲେଣି ବିରୋଧୀ।

Advertisment

ନିକଟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ମହିଳା ଓ SHG ମାଆମାନଙ୍କୁ ଅସମ୍ମାନ କରୁଛନ୍ତି। (ଆମ୍ବିଆନ୍ସ) ଏହା ପରେ ଏୟୁ ଓ ଶଶିଭୂଷଣଙ୍କ ପରିବାରରେ ବଧୂ ନିର୍ଯାତନା ମାମଲା ସାମନାକୁ ଆସିବା ପରେ କାଉଣ୍ଟର ଆଟାକ୍ କରିଛନ୍ତି ବିରୋଧୀ।

ସବୁଠୁ ବଡ଼ କଥା ହେଲା ଏ ସବୁ ମାମଲାରେ ନବୀନଙ୍କ ନିରବତା। ପୂର୍ବ ୪ ପାଳିରେ ନିର୍ମଳ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅନେକ ବିବଦୀୟ ନେତାଙ୍କ ବିରୋଧରେ ନବୀନ କାର୍ଯ୍ୟାନୁଷ୍ଠାନ ନେଉଥିଲା ବେଳେ ପଞ୍ଚମ ପାଳିରେ କିନ୍ତୁ ଏକ ପ୍ରକାର ଚୁପ୍। ପ୍ରଶ୍ନ ଉଠୁଛି ଏ ସବୁ ମାମଲା ଦ୍ୱାରା ନବୀନଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉନି କି? ରାଜନୈତିକ ସମୀକ୍ଷକଙ୍କ ମତରେ ନିର୍ବାଚନ ବେଳେ ଟିକେଟ କାଟିବା ପାଇଁ ନେତାଙ୍କ ବିରୋଧରେ ମାମଲାକୁ ଅସ୍ତ୍ର ରୂପେ ବ୍ୟବହାର କରିପାରନ୍ତି ନବୀନ।

ମହିଳା ବିରୋଧୀ ଅପରାଧ ନେଇ ସରକାର ବିରୋଧରେ ଅସନ୍ତୋଷ ବଢୁଥିବାରୁ ନିକଟରେ ଦୁଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯାଇ ଭାବମୂର୍ତ୍ତି ସଜାଡିବାକୁ ବିଜେଡି ସୁପ୍ରିମୋ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ତେବେ ଆଗକୁ କାମ ଦେବ ତ ନବୀନଙ୍କ ମହିଳା କାର୍ଡ, ତା ଉପରେ ନଜର।...

BJD Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ