• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୟାଗଡ ଜିଲ୍ଲା ବିଜେଡିର ଗଡ । ଜିଲ୍ଲା ପରିଷଦ ଗଠନ ହେବା ପରଠୁ ଏଠାରେ ରହିଛି ବିଜୁ ଜନତା ଦଳର ଦବଦବା । ୧୯୯୭ରେ ଜନତା ଦଳ ଏବଂ ୨୦୦୨ରୁ ଲଗାତର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସିଛି ବିଜେଡି । ଗତ ନିର୍ବାଚନରେ ଦଳ ୨୪ଟି ଜୋନରୁ ୧୯ଟି ଜିତି ପରିଷଦ ଗଢିଥିଲା । ବିଜେପି ୪ଟି ଆସନ ପାଇଥିବା ବେଳେ ଜଣେ ସ୍ୱାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ୪ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ରଣପୁର, ଖଣ୍ଡପଡା, ଦଶପଲ୍ଲା ଓ ନୟାଗଡରେ ବାଜି ମାରିଥିଲା ବିଜେଡି । ସେହିପରି ଦଳ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ବିକାଶକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇଛି ।

ସେପଟେ ଗତ ନିର୍ବାଚନରେ ୪ଟି ଜୋନ ଜିତିଥିବା ବିଜେପି ଏଥର ୨୪ରୁ ୨୪ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ମଙ୍ଗ ଧରିଛନ୍ତି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଏବଂ ଇରାନୀ ରାୟ । ବିଜେଡିରୁ ଟିକେଟ୍ ନପାଇ ଜିଲ୍ଲାର ଛାମୁଅଆ ନେତା ଏବେ ବିଜେପି କ୍ୟାମ୍ପରେ । ତେଣୁ ଏଥର ଲଢେଇ ଜୋରଦାର ହେବା ସହ ଆସନ ସଂଖ୍ୟା ବଢିବ ବୋଲି ଦମ୍ଭ ଦେଖାଇଛି ବିଜେପି । ବିଜେଡି-ବିଜେପି ବଳ କଷାକଷି ଭିତରେ ନୟାଗଡର ଗଡ ଜିତିବାକୁ ଅଂଟା ଭିଡିଛି କଂଗ୍ରେସ । ଏଥର ନିର୍ବାଚନରେ ଦଳ ମହିଳା ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛି ।

ଜିଲ୍ଲାର ସିଂହଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଏକମାତ୍ର କୃଷି ଭିତ୍ତିକ ଶିଳ୍ପ ଚିନିକଳ ଦୀର୍ଘ ଦିନ ହେବ ବନ୍ଦ ରହିଛି । ଗତଥର ଚିନିକଳ ଚାଲୁ କରିବା ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର୍ ହୋଇଥିଲା ଶାସକ ବିଜେଡି ,ହେଲେ ପ୍ରତିଶ୍ରୁତି ପୂରଣ ହୋଇପାରିଲାନି । ସେହିପରି ରାଜ୍ୟ କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଡାଲି ଓ ଆଖୁ ଗବେଷଣା କେନ୍ଦ୍ର ବନ୍ଦ ରହିଛି । ଏକମାତ୍ର ନଦୀବନ୍ଧ ପ୍ରକଳ୍ପ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଶୀତଳ ଭଣ୍ଡାରରେ ଜିଲ୍ଲାରେ ଆବାସ ଯୋଜନାରେ ବ୍ୟାପକ ହେରଫେର କରାଯିବା ସହ ଯୋଗ୍ୟ ହିତାଧୀକାରୀ ବାଦ୍ ପଡିଥିବା ଅଭିଯୋଗ ହୋଇଛି ।

ଏସବୁ ସମେତ ନୟାଗଡରେ ଦୀର୍ଘ ଦିନ ହେଲା ପରୀ ପ୍ରସଙ୍ଗ ମଧ୍ୟ ରହିଛି, ଯାହା ଶାସକ ଦଳ ପାଇଁ ପଂଚାୟତ ନିର୍ବାଚନରେ ଅଡ଼ୁଆ ସୃଷ୍ଟି କରିପାରେ ।

ଆର୍ତ୍ତତ୍ରାଣ ପ୍ରଧାନଙ୍କ ରିପୋର୍ଟ