Advertisment

We Will Go Door-To-Door? ପଦଯାତ୍ରାରେ ଗାଁକୁ ଗାଁ ଯିବି, ଲୋକଙ୍କୁ ଭିକ ମାଗିବି...

କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି।

Congress

Congress

Advertisment

“ଲୋକ ହେଲେ ଆମର ସମ୍ୱଳ। ପଦଯାତ୍ରାରେ ଗାଁକୁ ଗାଁ ଯିବି। ଲୋକଙ୍କୁ ୧୦୦ ଟଙ୍କା ଲେଖାଏଁ ଭିକ ମାଗିବି। ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଭିତରୁ ୧୦ ଲକ୍ଷ ଲୋକ ଯଦି ୧୦୦ ଟଙ୍କା ଲେଖାଏଁ ପ୍ରତି ମାସରେ ଦିଅନ୍ତି, ତାହାହେଲେ ସେହି ଅର୍ଥରେ ଲୋକ ଶକ୍ତି ଓ ଦଳ ତିଆରି ହେବ।” ଓଡ଼ିଶାର ନୂଆ ପିସିସି ସଭାପତି ଭକ୍ତଚରଣ ଦାସ ଆଜି ଏପରି କହିଛନ୍ତି।

Advertisment

ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ହେଉଛି ମୋ’ ମାଟି। ମୋର ବିଚାର, ଭାବନା ଓ କାର୍ଯ୍ୟକଳାପ ଓଡ଼ିଶା ପ୍ରତି ସମର୍ପିତ। ସେହି ସୁଯୋଗ ଦଳ ମୋତେ ଦେଇଛି। ତେଣୁ ସମସ୍ତଙ୍କୁ ନେଇ ରୋଡ୍‌ମ୍ୟାପ ତିଆରି କରିବି। ଗତ ୨୫ ବର୍ଷରେ ଓଡ଼ିଶାକୁ ବହୁ କ୍ଷେତ୍ରରେ ଅବହେଳା କରାଯାଇଛି। ବିଜେପି ଆଜି ସରକାରରେ ଥାଇ ମଧ୍ୟ ଲୋକଙ୍କ ଆଶା ଅନୁସାରେ କାମ କରିପାରୁନି। ବର୍ତ୍ତମାନ ଲୋକେ କଂଗ୍ରେସ ଅଭିମୁଖି ହୋଇଛନ୍ତି। ସେହି ସମୟରେ ଦଳ ମୋତେ ଏହି ଗୁରୁ ଦାୟିତ୍ୱ ଦେଇଛି ବୋଲି ଭକ୍ତ ଚରଣ ଦାସ କହିଛନ୍ତି।

କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି। ବିଜେପି ସେହି ମାର୍ଗରେ ରାଜନୀତିକୁ ନେଇ ଯାଉଛି। ବର୍ତ୍ତମାନ ଓଡ଼ିଶାରେ ଲୋକାଭିମୁଖୀ ରାଜନୀତି ହେବ। ଲୋକଙ୍କୁ ମହତ୍ୱ ଓ ଗୁରୁତ୍ୱ ଦିଆଯିବ। ନେତା ପରିଶ୍ରମ କରିବେ। ଲୋକଙ୍କ ଭିତରେ ଆସ୍ଥା ସୃଷ୍ଟି କରାଯିବ। ସେଥିପାଇଁ ବଡ଼ ସଂଘର୍ଷ ଦରକାର ବୋଲି ଶ୍ରୀ ଦାସ କହିଛନ୍ତି।

Advertisment
Odisha Congress PCC President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ