• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଦବୀ ପାଇବା ପୂର୍ବରୁ ଧମକ, ପଦବୀ ପାଇଲେ ହେବ କ’ଣ ? ଭୋଟର ଭଗବାନଙ୍କୁ ହତ୍ୟା ଧମକ ଦେଇଛନ୍ତି ପ୍ରାର୍ଥୀ । ନିଦ୍ଧିଷ୍ଟ ଚିହ୍ନରେ ଭୋଟ ଦେବାକୁ ନେଇ ପ୍ରାର୍ଥିଙ୍କ ହତ୍ୟା ଧମକ ପରେ ଜଣେ ଯୁବ ଭୋଟର ଘର ଛାଡି ମୃତ୍ୟୁ ଭୟରେ ଜଙ୍ଗଲରେ ଲୁଚିଛନ୍ତି । ବୌଦ୍ଧ ଜିଲାରେ ଗୋଟଏ ପରେ ଆଉ ଗୋଟିଏ ନିର୍ବାଚନୀ ହିଂସା, ଧମକ ଆଦି ଘଟଣା ଘଟିବାରେ ଲାଗିଛି । ଏପରିକି ଅଭିଯୋଗ କରାଯିବା ପରେ ବି ପୋଲିସ ନିରବଦ୍ରଷ୍ଟା ସାଜିଛି । ପୋଲିସର ନିରବତା ପରେ ଜିଲ୍ଲାରେ ନିର୍ବାଚନୀ ହିଂସାକୁ ବଢ଼ୁଛି ବୋଲି ବୁଦ୍ଦିଜିବୀ ମହଲରେ ଅଭିଯୋଗ ହେଉଛି ।

କଂଟାମାଳ ବ୍ଳକର ଘିକୁଣ୍ଡି ପଂଚାୟତରୁ ସାଙ୍ଗାତିକ ଅଭିଯୋଗ ଆସିଛି । ୮ ନମ୍ବର ୱାର୍ଡମେମ୍ବର ଆସନ ପାଇଁ ଲଢ଼ୁଥିବା ଜଣେ ପ୍ରାର୍ଥି ହାତିପାଲି ଗ୍ରାମର ମାନସ ପାଢ଼ୀଙ୍କୁ ଦୁଇଦିନ ତଳେ ଗୀତା ଛୁଇଁ ତାଙ୍କୁ ଏବଂ ଜଣେ ନିଦ୍ଧିଷ୍ଟ ସରପଂଚ ପ୍ରାର୍ଥିଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ । ହେଲେ ଜଣେ ସଚେତନ ନାଗରିବ ହୋଇଥିବାରୁ ମାନସ ଟଙ୍କା ନେବେ ନାହିଁ କି ଶପଥ କରିବେ ନାହିଁ ବୋଲି କହିଥିଲେ । ତେବେ ଏହି ଘଟଣା ପରେ ପ୍ରାର୍ଥୀ ତାଙ୍କୁ ହତ୍ୟା ଧମକ ଦେବା ସହ ଗ୍ରାମରେ ଚଳାଉଥିବା ଦୋକାନ ଭାଙ୍ଗିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଏସଂପର୍କିତ ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ମଧ୍ୟ ହୋଇଅଛି ।

ମାନସ ଏସଂପର୍କରେ ମନମୁଣ୍ଡା ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ନିରବ ହୋଇ ବସିରହିଛି । ନା ଧମକକାରୀଙ୍କୁ ଗିରଫ କରାଯାଉଛି ନା ମାନସକୁ ସୁରକ୍ଷା ଦିଆଯାଉଛି । ଫଳରେ ପ୍ରାଣ ଭୟରେ ମାନସ ଘରୁ ପଳାଇଯାଇ ଜଙ୍ଗଲ ମଧ୍ୟରେ ଲୁଚି ରହିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ୱାର୍ଡମେମ୍ବର ପ୍ରାର୍ଥୀ ଗତରାତିରେ ମଧ୍ୟ ଆଉ କେତେଜଣଙ୍କୁ ବିଭିନ୍ନ ବାହାନାରେ ପ୍ରଲୋଭିତ କରୁଥିବା ସୂଚନା ମିଳିଛି ।

ବୌଦ୍ଧରୁ ଦିପକ ଆଦାର

OTV is now on Whatsapp

Join and get latest news update delivered to you via whatsapp

Join Now