/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700881384.jpg)
Rajasthan Vote
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
Advertisment
୧ ହଜାର ୮୬୨ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବ । ୫ କୋଟି ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଭୋଟ ଗ୍ରହଣ ପାଇଁ ୫୧ ହଜାର ୭୫୬ ମତଦାନ କେନ୍ଦ୍ର କରାଯାଇଛି । ୨୬ ହଜାର ଭୋଟଗ୍ରହଣ କେନ୍ଦ୍ରର ୱେବକାଷ୍ଟିଂ କରାଯାଉଛି ।
ମତଦାନକୁ ଶୃଙ୍ଖଳିତ କରିବା ପାଇଁ ଏକ ଲକ୍ଷ ୭୧ ହଜାର ପୋଲିସ କର୍ମୀ ମୁତୟନ କରାଯାଇଛି । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ ଆସନରେ ମତଦାନ ଚାଲିଛି । ରାଜ୍ୟର କରନପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି ।
Advertisment
ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ବିମୁଖୀ ଲଢେଇ ହେବ । ରାଜ୍ୟରେ ବର୍ତ୍ତମାନ କଂଗ୍ରେସ କ୍ଷମତାସୀନ ଅଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)