Advertisment

ଭଦ୍ରକରେ ବିଜେଡି ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ବର୍ଷା ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
Varsha Priyadarshini

Varsha Priyadarshini

ସ୍ୱାମୀଙ୍କୁ ବିରୋଧ କିନ୍ତୁ ଦଳକୁ ପୂରା ସମର୍ଥନ। ବିଜେଡ଼ି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରାପଡ଼ା ସାଂସଦଙ୍କ ପତ୍ନୀ ତଥା ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପଂଚାୟତ ନିର୍ବାଚନରେ ଭଦ୍ରକ ଯାଇ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ବର୍ଷା। କାରରେ ବୁଲି ବୁଲି ବିଜୁ ଜନତା ଦଳ ସପକ୍ଷରେ ଭୋଟ ମାଗିଛନ୍ତି ବର୍ଷା। କେବଳ ଏତିକି ନୁହେଁ ବରଂ ଲୋକଙ୍କ ସହ ହାତ ମିଳାଇଛନ୍ତି ବର୍ଷା। ପ୍ରଚାର ସମୟରେ ଏକ କୁନି ପିଲାକୁ ବର୍ଷା ଗାଡ଼ି ଉପରକୁ ନେବା ସହ ପିଲାଟିକୁ ଗେଲ କରୁଥିବାର ଭିଡ଼ିଓକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment

ଆଉ ବର୍ଷାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ମଧ୍ୟ ବେଶ୍‌ ଭିଡ ଜମିଥିଲା। ଗୋଟେ ପଟେ ସ୍ୱାମୀ ଅନୁଭବଙ୍କ ନାଁରେ ମାମଲା କରିବା ସହ ଗତ କିଛି ଦିନ ହେଲା ଅନୁଭବଙ୍କ ତଥାକଥିତ ବାନ୍ଧବୀ ଜାଗ୍ରତିଙ୍କ ନାଁରେ ପୁରୀଘାଟ ଥାନାରେ ମାମଲା ମଧ୍ୟ ଦାୟର କରିଥିଲେ ବର୍ଷା। କିନ୍ତୁ ଏହାରି ମଧ୍ୟରେ ବିଜେଡ଼ି ପାଇଁ ସେ ଭୋଟ ମାଗୁଥିବାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ଯାହାକୁ ନେଇ ଭାରି ଚର୍ଚ୍ଚା। ତାଙ୍କର ପ୍ରଚାର ଷ୍ଟାଇଲକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା କି ସେ ସ୍ୱାମୀଙ୍କ ବିରୋଧ କରୁଛନ୍ତି ସତ କିନ୍ତୁ ବିଜୁ ଜନତା ଦଳ ପାଇଁ ଭୋଟ ଭିକ୍ଷା କରୁଛନ୍ତି।

ଏଠାରେ କହିରଖୁଛୁ, ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରି ୧୬ ତାରିଖ ଦିନ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଦ୍ରକ ବ୍ଲକର ୪ଟି ଜୋନରେ ଭୋଟ ଗ୍ରହଣ କରାଯିବ। ତେଣୁ ରାଜନୈତିକ ପାଣିପାଗ ବେଶ୍ ସରଗରମ୍। ଶେଷପର୍ଯ୍ୟାୟ ପ୍ରଚାର ପାଇଁ ଆଜି ବର୍ଷା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।

Advertisment

ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କ ସପକ୍ଷରେ ଓଡ଼ିଆ ସିନେ ତାରକା ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନୀ ପ୍ରଚାର କରିଥିଲେ। ବର୍ଷାଙ୍କ ସହ ବିଜେଡି ଦଳର ଅନ୍ୟତମ ନାରୀନେତ୍ରୀ ଦେବଦୂତ ମହାପାତ୍ର ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ଦଳୀୟ ପ୍ରାର୍ଥୀ ଏବଂ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ବିଜୟ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ।

ତେବେ ଗତ କିଛିଦିନ ହେବ ସୋସିଆଲ ମିଡ଼ିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତ ଅନେତକ ଗୁଡ଼ିଏ ପୋଷ୍ଟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହାରି ମଧ୍ୟରେ ବର୍ଷା ମଧ୍ୟ ପୋଷ୍ଟକୁ ନେଇ ଥାନାରେ ମାମଲା କରିଛନ୍ତି। କିନ୍ତୁ ଏ ସବୁ ମଧ୍ୟରେ ବିଜେଡ଼ି ପାଇଁ ଆଜି ପ୍ରଚାର କରୁଥିବା ଦେଖିବାକୁ ମିଳିବା ପରେ ସାଧାରଣରେ ବେଶ୍‌ ଚର୍ଚ୍ଚା ହେଉଛି।

ଭଦ୍ରକରୁ ପାର୍ଥସାରଥୀ ନାଏକଙ୍କ ରିପୋର୍ଟ

........................

BJD Varsha Priyadarshini Politics
Advertisment
Advertisment