• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ଉତ୍ତରପ୍ରଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ । ଏଥିଲାଗି କାଲିଠାରୁ ପ୍ରଚାର ଶେଷ ହୋଇଛି । ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ କାଲି ଭୋଟ୍ ଗ୍ରହଣ ହେବ । ମତଦାନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ଆଜମଗଡ଼, ମଉ, ଜଉନପୁର, ଘାଜିପୁର, ଚାନ୍ଦୌଲି, ବାରାଣସୀ, ଭାଦୋହି, ମିର୍ଜାପୁର ଓ ସୋନଭଦ୍ର । ତେବେ ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରେ କାଲି ଭୋଟ୍ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ୩ ଦିନ ବାରାଣସୀରେ ଡେରା ପକାଇଥିଲେ । ସେହିପରି ଆଜମଗଡ଼ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସାଂସଦ ଅଛନ୍ତି ।

ଏଣୁ ଏଠାରେ ସମାଜବାଦୀ ପାର୍ଟିର ଭଲ ପ୍ରଦର୍ଶନ ଉପରେ ଦଳର ସମ୍ମାନ ନିର୍ଭର କରୁଛି । ଏଥର ବିଧାନସଭା ନିର୍ବାଚନରେ ଏସପି ଓ କଂଗ୍ରେସଠାରୁ କଡ଼ା ମୁକାବିଲା ସାମନା କରୁଥିବା ବିଜେପି ପାଇଁ ସପ୍ତମ ପର୍ଯ୍ୟାୟ ଭୋଟିଂ ଅନେକ ମହତ୍ତ୍ୱ ରଖୁଛି ।