Advertisment

କାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ଶାହ

ଅଦ୍ୟତନ ହୋଇଛି
Amit Shah Odisha Visit

amit shah

Advertisment

ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଓଡ଼ିଶା ଗସ୍ତରେ ଆସି ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି । ଅନ୍ୟପଟେ ତାଙ୍କର ଗସ୍ତ ସମ୍ପର୍କରେ ସରକାରୀ ଭାବେ ବିସ୍ତୃତ ସୂଚନା ମିଳିନାହିଁ ।

Advertisment

ଆସନ୍ତାକାଲି ରାତିରେ ଅମିତ ଶାହ ଓଡ଼ିଶାରେ ପହଞ୍ଚିବେ । ତା’ପର ଦିନ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେବେ, ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । କାର୍ଯ୍ୟକ୍ର ଶେଷ ହେବା ପରେ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଯୋଗଦେବେ ଅମିତ ଶାହ । ସେଠାରେ ସେ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେବେ ।

ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ:

  • କାଲି ରାତି ୧୦ଟା ୪୦ରେ ଭୁବନେଶ୍ୱର ପହଞ୍ଚିବେ ଶାହ
  • ଶନିବାର ୧୧ଟାରୁ ୧୨ଟା ଯାଏ NH ପ୍ରକଳ୍ପ ଶୁଭାରମ୍ଭରେ ଯୋଗଦେବେ
  • ୧୨ରୁ ସାଢ଼େ ୧୨ ନକ୍ସଲ ଦମନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକ
  • ସାଢ଼େ ୧୨ରୁ ଦଳୀୟ ବୈଠକ, ପାର୍ଟି ଅଫିସରେ ମଧ୍ୟାହ୍ନ ଭୋଜନ
  • ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ
  • ସନ୍ଧ୍ୟା ୬ଟାରେ ବିମାନବନ୍ଦର ଲାଉଞ୍ଜରେ ବୈଠକ ସହ ପ୍ରତ୍ୟାବର୍ତ୍ତନ
Advertisment

ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ତେଜିଲା ରାଜନୀତି । ଦିଲ୍ଲୀ ବିଲକୁ ବିଜେଡିର ସମର୍ଥନ ଓ ଅନାସ୍ଥାକୁ ବିରୋଧ ପରେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ସେ ଆସୁଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି  ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ପରେ ବିଜେପି ଭୟଭିତ ହୋଇ ସେଟିଂରେ ଲାଗି ପଡିଥିବା ସେ କହିଛନ୍ତି ।

Amit Shah Amit Shah Odisha Visit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ