Advertisment

Tomorrow State Budget : ରାତି ପାହିଲେ ପୂର୍ଣ୍ଣାଙ୍ଗ ବଜେଟ୍‌; କେଉଁ କ୍ଷେତ୍ରକୁ ମିଳିବ ଗୁରୁତ୍ୱ?

ଚର୍ଚ୍ଚା ହେଉଛି, ଚଳିତ ଥର ୩ ଲକ୍ଷ କୋଟି ଛୁଇଁ ପାରେ ରାଜ୍ୟ ବଜେଟ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଏହି ବଜେଟରେ ପଡ଼ିବ ମୂଳଦୁଆ। ରାଜ୍ୟ ସରକାରଙ୍କ ଫୋକସରେ ଯୁବ, ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ ରହିପାରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ୱ।

Budget

Budget

Advertisment

ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌। ବିଜେପି ସରକାରର ୮ ମାସ ପରେ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକ୍ସା। ରାଜ୍ୟ ବଜେଟରେ କେଉଁ କ୍ଷେତ୍ରକୁ ମିଳିବ ଗୁରୁତ୍ୱ? ଶିକ୍ଷା, ସ୍ୱାସ୍ଥ୍ୟ, ନା ଭିତ୍ତିଭୂମି? କାହା ପାଇଁ ନୂଆ ଯୋଜନା ଆଣିବେ ମୋହନ ସରକାର? ମହିଳା, ଗରିବ, ନା ଅନ୍ନଦାତା? ଆସନ୍ତାକାଲି ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆସିବାକୁ ଥିବା ବେଳେ, ଏହାକୁ ନେଇ ଜୋର ଧରିଛି କଳ୍ପନାଜଳ୍ପନା।

Advertisment

ଚର୍ଚ୍ଚା ହେଉଛି, ଚଳିତ ଥର ୩ ଲକ୍ଷ କୋଟି ଛୁଇଁ ପାରେ ରାଜ୍ୟ ବଜେଟ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଏହି ବଜେଟରେ ପଡ଼ିବ ମୂଳଦୁଆ। ରାଜ୍ୟ ସରକାରଙ୍କ ଫୋକସରେ ଯୁବ, ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ ରହିପାରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ୱ। କିଛି ଫ୍ଲାଗସିପ୍‌ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଅଧିକ ବ୍ୟୟବରାଦ କରିପାରନ୍ତି ସରକାର। ଚାଷୀଙ୍କ ହାତମୁଠା ଟାଣ ପାଇଁ ନୂଆ ଯୋଜନା ଆଣିପାରନ୍ତି। ବଜେଟରେ ନିର୍ବଚନୀ ପ୍ରତିଶ୍ରୁତି ପୂରଣ ନେଇ କିଛି ବଡ଼ ପଦକ୍ଷେପ ଉଠଯାଇପାରେ। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାକୁ କିଛି ବ୍ୟବସ୍ଥା କରିପାରନ୍ତି ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ବିଦାୟ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗଦେବା ପୂର୍ବରୁ ଚାଲିଗଲା ଡିଏସ୍‌ପିଙ୍କ ଜୀବନ

Advertisment

ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବା ବେଳେ; ବିଶେଷ କରି ସୁଭଦ୍ରା, ଧାନ MSP ଉପରେ କ୍ୱିଣ୍ଟାଲ୍‌ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ପେନସନ ସ୍କିମ୍, ପ୍ରତି ବ୍ଲକରେ ଷ୍ଟାଡିୟମ, ୫୮ଟି ନୂଆ ଶୀତଳ ଭଣ୍ଡାର ସହ ୧୦୦ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବଜେଟର ବଡ଼ ଅଂଶ ଯାଇପାରେ।

ଅଧିକ ପଢ଼ନ୍ତୁ: ବହିଷ୍କାରର କାରଣ ଏଯାଏ ଜାଣି ପାରିନି- ସୌମ୍ୟରଞ୍ଜନ ପଟ୍ଟନାୟକ

ସେପଟେ ବଜେଟ୍ ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ବିତର୍କ। ବିଜେଡି କହିଛି, ସରକାର କେବଳ ଭୋଟ ପାଇଁ ସ୍ୱଳ୍ପ ମିଆଦି ଯୋଜନା ନକରି ଦୀର୍ଘ ମିଆଦି ଯୋଜନା କରନ୍ତୁ। କଂଗ୍ରେସ କହିଛି, ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ଅନ୍ୟପକ୍ଷରେ ଲୋକେ ବିକଶିତ ଓଡ଼ିଶାର ଝଲକ ବଜେଟରେ ଦେଖିବେ ବୋଲି ଦମ୍ଭୋକ୍ତି ରଖିଛି ବିଜେପି।

Advertisment

ସେପଟେ ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା ହେଲା, ଦୀର୍ଘ ମିଆଦି ଯୋଜନାକୁ ସରକାର କିପରି କାର୍ଯ୍ୟକାରୀ କରିବେ, ତାହା ବଡ଼ ଆହ୍ୱାନ ହେବ। ଏଥିସହ କୃଷି ଓ ଗ୍ରାମାଞ୍ଚଳକୁ ଅଧିକ ପୁଞ୍ଜି ଆସିଲେ ଲୋକଙ୍କ କ୍ରୟଶକ୍ତି ବଢିବ। ତେଣୁ ସରକାର MSME, ସାଧାରଣ ଶିଳ୍ପ, କୃଷି ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ଉପରେ ଗୁରୁତ୍ୱ ଦେଇପାରନ୍ତି।

BJP Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ