/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695285363.jpg)
Baijayant Panda
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି । ଫୋନ୍ କଲ୍ ଯୋଗେ ଧମକ ମିଳିଥିବା ପୋଲିସ୍ରେ ଅଭିଯୋଗ ହୋଇଛି । ବୈଜୟନ୍ତଙ୍କ ଜଣେ ସହଯୋଗୀ ଉକ୍ତ ଫୋନ୍ କଲ୍ ରିସିଭ୍ କରିଥିଲେ । ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ କହିଥିଲେ କଲର୍ ।
Advertisment
ଧମକ କଲ୍ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି । ଏହା ସତ କି ପ୍ରାଙ୍କ୍ କଲ୍ ଜଣାପଡ଼ିବା ସମ୍ଭବ ନଥିବାରୁ ଏତଲା ହୋଇଛି । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)