Advertisment

ନବୀନଙ୍କ ପାଇଁ ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ : ନାକେଦମ୍‌ ସାଧାରଣ ଜନତା

ରାଜଧାନୀରେ ବିଜେଡି ସମର୍ଥକଙ୍କ ଭିଡ, ଚାରିଆଡ଼େ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି

ଅଦ୍ୟତନ ହୋଇଛି
Thousands People Gather to welcome CM Naveen at Bhubaneswar airport

Thousands People Gather to welcome CM Naveen at Bhubaneswar airport

Advertisment

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସାରା ରାଜ୍ୟରୁ ଅନେକ ସମର୍ଥକ ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଏଥିଯୋଗୁଁ ରାଜଧାନୀରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ବିଭିନ୍ନ ଛକରେ ଗାଡିର ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ ଭିଡ ଦେଖିବାକୁ ମିଳିଛି । ଏଥିଯୋଗୁଁ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀମାନେ ହଇରାଣ ହେଉଛନ୍ତି । ବିମାନବନ୍ଦରରେ ପହଞ୍ଚିଥିବା ଯାତ୍ରୀମାନେ ନିଜ ଘରକୁ ଫେରିପାରୁ ନାହାନ୍ତି । କିଛି ବରିଷ୍ଠ ନାଗରିକ ବିମାନବନ୍ଦରରୁ ଚାଲି ଚାଲି ବାହାରକୁ ଯାଉଥିବା ଦେଖିବାକୁ ମିଳିଛି ।

Advertisment

ଲାଇଭ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପାଇ ଫେରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ସଂସ୍ଥା ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇବା ପରେ ଆଜି ପ୍ରତ୍ୟାବର୍ତ୍ତନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ଦଳର ବିଶାଳ ରାଲି କାର୍ଯ୍ୟକ୍ରମ ରହିଛି । ଏଥିଲାଗି ହୋଇଛି ଖାସ୍ ଆୟୋଜନ ।

Advertisment

ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆଜି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ । ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ, ପ୍ରସ୍ତୁତ ହୋଇଛି ମଂଚ । ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ ରାଜଧାନୀକୁ ଆଣିବା ପାଇଁ ବିଧାୟକମାନଙ୍କୁ ଦିଆଯାଇଛି ଦାୟିତ୍ୱ । ୨୦୧୮ରେ ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଯେଉଁଭଳି ରାଲି କରାଯାଇଥିଲା, ଠିକ୍ ସେହି ଢାଞ୍ଚାରେ ଏଥର ବି ବଡ଼ ଆୟୋଜନ କରିଛି ଦଳ ।

Naveen Patnaik CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ