• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯାଳୟରେ ମାଡ଼ ଅଭିଯୋଗ ମାମଲାରେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡ଼ୁ । ହାଇକୋର୍ଟରେ ଏନେଇ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ।

ବାରିପଦା ଟାଉନ୍ ଥାନାରେ ଟୁଡୁଙ୍କ ବିରୋଧରେ ଏତଲା ଦିଆଯାଇଛି । ଯାହାକୁ ନେଇ ପୋଲିସ୍ ଟୁଡୁଙ୍କ କାର୍ଯ୍ୟାଳୟକୁ ଆସି ତଦନ୍ତ ବି କରିଥିଲା । ବର୍ତ୍ତମାନ ବିଶେଶ୍ୱର ଟୁଡୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱରେ ଅଛନ୍ତି ।

ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ୍ ମିଳିଛି । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜଣେ ଯୁବତୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଝିରପାଣି ଥାନାରେ ଓରାମଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।ଏ ନେଇ ଫୋନରେ ଦୁର୍ବ୍ୟବହାର ଓ ଗାଳିଗୁଳଜ କରିବା ଅଭିଯୋଗ ଜୁଏଲଙ୍କ ବିରୋଧରେ ରହିଛି ।