• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେପିରେ ଯୋଗଦେବେ କି ଚିଲିକା ଏମଏଲଏ ପ୍ରଶାନ୍ତ ଜଗଦ୍ଦେବ ? ବାହୁବଳୀ ବିଧାୟକ ଲଗାତାର ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘନ ଘନ ବୈଠକ କରୁଥିବା ନେଇ ଚର୍ଚ୍ଚା ଭିତରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଏକଥା ସମ୍ପୂର୍ଣ୍ଣ ମିଥ୍ୟା । ବିଜୁ ଜନତା ଦଳ ବିଳିବିଳେଇଲା ଭଳି ଏଭଳି ଏକ ତଥ୍ୟ ଗଣମାଧ୍ୟମ ମାଧ୍ୟମରେ ସାମ୍ନାକୁ ଆଣିଥିଲା । ଏକଥା କାହିଁକି ଆସିଲା, କେମିତି ଆସିଲା..ସେକଥା ହୁଏତ ବିଜୁ ଜନତା ଦଳ ଭଲରେ ଦେଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ସହିତ ନା ତ ସେ ସମ୍ପର୍କରେ କୌଣସି ଆଲୋଚନା ହୋଇଛି, ନା କେହି ଯୋଗାଯୋଗ କରିଛନ୍ତି ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଆରୋପ ପୂରା ମିଛ । ତାଙ୍କ କଥାରେ କୌଣସି ସତ୍ୟତା ନାହିଁ । ଯଦି ତାଙ୍କ ପାଖରେ ଏବାବଦରେ କିଛି ପ୍ରମାଣ ଅଛି ସେ ଦିଅନ୍ତୁ । ପ୍ରମାଣ ଦେଲେ ହିଁ କଥାର ସତ୍ୟତା ଜଣାପଡ଼ିବ । ନା ତୃତୀୟ ମହଲା ଇଙ୍ଗିତରେ ସସ୍ମିତ ପାତ୍ର ବାଧ୍ୟ ହୋଇ ଏପରି କଥା କହୁଛନ୍ତି । ସସ୍ମିତଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଥିବା ବେଳେ ସେ ଗଣମାଧ୍ୟମ ସାମ୍ନାରେ ମିଛ କହିବେ ନାହିଁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଲାଗୁଛି ସସ୍ମିତଙ୍କୁ ଜୋର ଜବରଦସ୍ତି କରି ଏକଥା କହିବାକୁ କୁହାଯାଇଛି । ସେକଥା ବି ବୁଝାପଡ଼ୁଛି ..ହେଲେ ଗଣମାଧ୍ୟମ ସାମ୍ନାରେ ଏଭଳି ଏକ ଅବାନ୍ତର ମନ୍ତବ୍ୟ ଦେବା ମଧ୍ୟ ଠିକ୍ ହୋଇ ନାହିଁ ।

ସେହିପରି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ସରକାର ସମସ୍ତେ ଏବେ ଅସୁବିଧାରେ । ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଭୟଙ୍କର ଭାବରେ ଖସିବାରେ ଲାଗିଛି । ବର୍ଷକ ଭିତରେ ତାଙ୍କର ଲୋକପ୍ରିୟତା ୨୨ ପ୍ରତିଶତ ଖସିଛି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଧୀରେ ଧୀରେ ନିଜର ସତ୍ତା ବି ହରେଇଲେଣି । ମୁଖ୍ୟମନ୍ତ୍ରୀ ଶାରୀରିକ ଭାବରେ ଅନଫିଟ୍‌ ହେବାକୁ ବସିଥିବା ବେଳେ ତାଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ଚାଲିଥିଲା... ସେ ଲୋକପ୍ରିୟତା ମଧ୍ୟ ଧିରେ ଧିରେ ଅକାମୀ ଓ ଅକ୍ଷମ ହେବାକୁ ବସିଲାଣି । ସେଥିପାଇଁ ନୂଆ ମୁହଁ ଖୋଜି ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଏବେ ସାରା ରାଜ୍ୟରେ ବୁଲାଉଛନ୍ତି ।

ସେହିଭଳି ସରକାରୀ ଅଧିକାରୀଙ୍କ ବିରୋଧରେ ଯିଏ ସାମାନ୍ୟତମ ସ୍ୱର ଉତ୍ତୋଳନ କରୁଛି,କୌଣସି ନା କୌଣସି ପ୍ରକାରେ ନିର୍ଦ୍ଦେଶ ଦେଇ କି ହେଉ କିମ୍ବା ପ୍ରାୟୋଜିତ ଆକରରେ ହେଉ ତାଙ୍କୁ ଆକ୍ରମଣ କରାଯାଉଛି । ବିଜେଡି ଏବେ ମାନସିକ ଓ ଶାରୀରିକ ଭାବରେ ଅସୁସ୍ଥ ଅନୁଭବ କରୁଛି । ସେଇଥି ପାଇଁ ବିଭିନ୍ନ ପ୍ରକାର ପ୍ରଳାପ କରିବା ଆରମ୍ଭ କରିଦେଇଛନ୍ତି । ଭୁବନେଶ୍ୱର ସାଂସଦଙ୍କୁ ଆକ୍ରମଣ କରିବା ଠାରୁ ଆରମ୍ଭ କରି ବିଭିନ୍ନ ମିଛ ଆରୋପ ଲଗାଇବା ରାଜନୈତିକ କ୍ଷେତ୍ରରେ କେତେଦୂର ସମୀଚିନ ସେକଥା ସେମାନେ ହିଁ ଜାଣିଥିବେ । ଏବେ ବିଜେଡି ବାରୁଦ ଗଦାରେ ବସିଛି । ସାମାନ୍ୟ ନିଆଁ ଲାଗିଲେ ଦଳ ଖଣ୍ଡ ଖଣ୍ଡ ହୋଇଯିବ । ଆଗାମୀ ଦିନରେ ଓଡ଼ିଶାର ଲୋକେ ତାହାର ସମୀକ୍ଷା କରିବା ସହ ଉତ୍ତର ଦେବେ ବୋଲି ସେ କହିଛନ୍ତି ।