Advertisment

Tara Prasad Bahinipati Criticized: ତାରା କହିଲେ, ମନ୍ତ୍ରୀଙ୍କ ଏଜେଣ୍ଟମାନେ ଠନ୍‌ଠନ୍‌ କରୁଛନ୍ତି

ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ। ଆମ ସରକାର ଅତି ଶୁଦ୍ଧ ଓ ପବିତ୍ରାର ସହ କାମ କରୁଛି। ୮ ମାସ ଭିତରେ କୌଣସି ଗୋଟିଏ ହେଲେ ଅଭିଯୋଗ ଆସିନି।

BJP

BJP

Advertisment

ମଣ୍ଡିରେ ହେଉଥିବା କଟ୍‌ନୀ ଛଟ୍‌ନୀକୁ ନେଇ ଆଜି ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଆଉ କହିଛନ୍ତି, ମନ୍ତ୍ରୀଙ୍କ ଏଜେଣ୍ଟମାନେ ମିଲର୍ସ ଓ ଚାଉଳ ଗୋଦାମବାଲାଙ୍କଠାରୁ ଠନ୍‌ଠନ୍‌ କରୁଛନ୍ତି। ଯାହାର ଜବାବ ରଖିଛନ୍ତି ଶ୍ରୀ ପାତ୍ର। ସେ କହିଛନ୍ତି, ସତ୍‌ସାହସ ଅଛି ତ ସେ ପ୍ରମାଣ ଦିଅ।

Advertisment

ଗଣମାଧ୍ୟମକୁ ଆଜି ତାରା କହିଛନ୍ତି, ମଣ୍ଡିରେ କଟ୍‌ନୀଛଟ୍‌ନୀ ହେବନି; ଠନ୍‌ଠନ୍‌ ଧାନ ଦିଅ, ଠନ୍‌ ଠନ୍‌ ଟଙ୍କା ନିଅ ବୋଲି ଯୋଗାଣ ମନ୍ତ୍ରୀ କହିଥିଲେ। ସିଏ(ମନ୍ତ୍ରୀ) ନିଜ ପାଇଁ ଠନ୍‌ ଠନ୍‌ କଥା କହିଲେ ନା ଚାଷୀଙ୍କ ପାଇଁ କହିଲେ, ତାହା ଲୋକ ଜାଣିପାରିଲେ ନାହିଁ। ଯାହା ଜଣାପଡ଼ୁଛି, ରାଜ୍ୟର ସବୁ ଗୋଦାମରେ ମନ୍ତ୍ରୀଙ୍କ ଏଜେଣ୍ଟ ଅଛନ୍ତି। ଯେଉଁମାନେ ଠନ୍‌ଠନ୍‌ (କଲେକ୍‌ସନ୍‌) କରୁଛନ୍ତି। ଏ ସମ୍ପର୍କରେ ଆଜି ବିଧାନସଭାରେ କହିଛି। ଆଉ ଯେଉଁମାନେ ମନ୍ତ୍ରୀଙ୍କ ଏଜେଣ୍ଟ ସାଜିଛନ୍ତି, ସେମାନଙ୍କ ନାଁ ମଧ୍ୟ କହିଛି। କୋରାପୁଟ, ଗଞ୍ଜାମ, ବଲାଙ୍ଗିରରରେ ଥିବା ଏଜେଣ୍ଟଙ୍କ ନାଁ କହିଛି। ମନ୍ତ୍ରୀଙ୍କ ଏଜେଣ୍ଟମାନେ ମିଲର୍ସ ଓ ଚାଉଳ ଗୋଦାମବାଲାଙ୍କଠାରୁ କଲେକ୍‌ସନ୍‌ କରୁଛନ୍ତି ବୋଲି ତାରା କହିଛନ୍ତି।

ଅଧିକ ପଢ଼ନ୍ତୁ: କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ! ଦେଲେ ଏମିତି ସଙ୍କେତ

ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ। ଆମ ସରକାର ଅତି ଶୁଦ୍ଧ ଓ ପବିତ୍ରାର ସହ କାମ କରୁଛି। ୮ ମାସ ଭିତରେ କୌଣସି ଗୋଟିଏ ହେଲେ ଅଭିଯୋଗ ଆସିନି। ସମସ୍ତେ ଠିକ୍‌ ଭାବେ କାମ କରୁଛନ୍ତି। କିଏ ଓ କ’ଣ ପାଇଁ କଲେକ୍‌ସନ୍‌ କଲା, ତାହାର ପ୍ରମାଣ ଦିଅନ୍ତୁ। କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ସତ୍‌ସାହସ ଅଛି, ତାହାର ପ୍ରମାଣ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଏମିତି ଲଘୁ ମନ୍ତବ୍ୟ ଦେବା ତାଙ୍କର(ତାରା) ଚରିତ୍ର ଓ ପ୍ରକୃତି। ସିଏ ମୋର ଜଣେ ଭଲ ବନ୍ଧୁ। କିନ୍ତୁ ସେ ଏଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ସିଏ ଆଗେ ନିଜର ଅବସ୍ଥା ସମ୍ଭାଳନ୍ତୁ। ଏବେ ରାଜ୍ୟରେ କଟନୀ ଛଟ୍‌ନୀ ନାହିଁ। ସରକାରଙ୍କ ଉପରେ ଚାଷୀମାନେ ବହୁତ ଖସି ଅଛନ୍ତି। କଂଗ୍ରେସ ଓ ବିଜେଡିର ସ୍ଥିତି ଆଉ ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଅଧିକ ପଢ଼ନ୍ତୁ: ଜଙ୍ଗଲରେ ଏହି ଘଟଣା ବଦଳାଇ ଦେଲା ଚକୁଳିଆ ପଣ୍ଡା ଝିଅଙ୍କ ଭାଗ୍ୟ

BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ