• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋରଡ଼ା ବିଧାୟକଙ୍କ ନଡ଼ିଆ ମାନସିକ । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ(MLA Purna Chandra Swain) ନିଜର ମାନସିକ ପୂରଣ ପରେ ଗତକାଲି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାରେ ଥିବା ନୃସିଂହ ମନ୍ଦିରରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ।

ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ସାଂସଦ ପ୍ରମିଳା ବିଶୋୟୀ ମନ୍ଦିରରେ ୧୫ ହଜାର ନଡ଼ିଆ ଫଟାଇଛନ୍ତି । ପୂର୍ଣ୍ଣଙ୍କ ସହ ସୋରଡ଼ା ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳିର ୭୦୦ରୁ ଅଧିକ ନେତା ଓ କର୍ମୀ ୧୨୦ଟି ଗାଡ଼ିରେ ବିଶାଖାପାଟଣା ପହଞ୍ଚିଥିଲେ ।

ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଲଗାତାର ତିନି ଥର ବିଜେଡି ବିଧାୟକ ଭାବେ ବିଜୟୀ ହୋଇ ଲୋକଙ୍କ ସେବା କରି ଆସୁଛନ୍ତି । ପ୍ରତି ନିର୍ବାଚନ ପରେ ସେ ଯେତିକି ଭୋଟ ବ୍ୟବଧାନରେ ବିଜୟୀ ହୋଇଥାଆନ୍ତି, ସେତିକି ନଡ଼ିଆ ସୀମାଞ୍ଚଳର ପ୍ରସିଦ୍ଧ ନୃସିଂହଙ୍କ ଠାରେ ଅର୍ପଣ କରିଥାନ୍ତି । ୨୦୦୯ ନିର୍ବାଚନରେ ୪୦୧୧ଭୋଟ, ୨୦୧୪ ରେ ୧୬୦୦ ଭୋଟ, ୨୦୧୯ନିର୍ବାଚନରେ ୧୩୯୬୯ ଭୋଟରେ ବିଜୟୀ ହୋଇଥିଲେ ।

ପ୍ରତିଥର ବିଜୟୀ ହେବା ପରେ ନୃସିଂହଙ୍କ ଠାରେ ନଡ଼ିଆ ଭାଙ୍ଗି ଭୋଗ କରିଥାନ୍ତି । ୨୦୧୯ ନିର୍ବାଚନରେ ବିଜୟୀ ହେବା ପରଠୁ ବାପାଙ୍କ ଦେହାନ୍ତ ଓ ପରେ କୋଭିଡ କଟକଣା ଯୋଗୁଁ ମାନସିକ ପୁରଣ କରି ପାରିନଥିଲେ ।

କିଛି ଦିନ ପୂର୍ବରୁ ବିଧାୟକଙ୍କ ହୃଦଘାତ ଜନିତ ଲକ୍ଷଣ ଯୋଗୁଁ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ନିଜର ମାନସିକ ପୂରଣ କରିଛନ୍ତି ।

  • Reported by:
  • Rajesh Kumar Panda