Advertisment

'ଲୋକ ଅନ୍ୟଠୁ ପଇସା ଖାଇବେ, ଭୋଟ୍‌ ହାତକୁ ଦେବେ'

ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। କଂଗ୍ରେସର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ।

ଅଦ୍ୟତନ ହୋଇଛି
Sura Routray on Dhamnagar ByPoll

Sura routray

Advertisment

ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି ସବୁ ଦଳ ଓ ସ୍ୱାଧୀନ ପ୍ରାର୍ଥୀ। ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି। ଏଥିପାଇଁ ସବୁ ଦଳର ହେଭିୱେଟ ନେତା ଭଦ୍ରକରେ କ୍ୟାମ୍ପ କରିଛନ୍ତି। ଏହି କ୍ରମରେ କଂଗ୍ରେସ ର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ। 

Advertisment

ଧାମନଗର ଏନ୍‌ଏସି ଛକରୁ ସୁରଙ୍କ ନେତୃତ୍ୱରେ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ତେବେ SHG ସଦସ୍ୟଙ୍କୁ ଟଙ୍କା ବାଣ୍ଟିବା ପ୍ରସଙ୍ଗ ପଚାରିବାରୁ ସେ କହିଛନ୍ତି ଯେ ନିର୍ବାଚନ ନିରପେକ୍ଷ ହେବା କଥା ମିଛ। ଏଠି ବିଡ଼ା ବିଡ଼ା ଟଙ୍କା ବଣ୍ଟା ଚାଲିଛି। ଟଙ୍କା ବଣ୍ଟା ବେଳେ ଧରାପଡ଼ିକି ବି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଠି ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଲୋକ ଅନ୍ୟଠୁ ପଇସା ଖାଇବେ, କିନ୍ତୁ ଭୋଟ୍‌ ହାତକୁ ଦେବେ। ଆମେ ହିଁ ଜିତିବୁ। 

ଅଧିକ ପଢ଼ନ୍ତୁ: 'ଲୋକ ଅନ୍ୟଠୁ ପଇସା ଖାଇବେ, ଭୋଟ୍‌ ହାତକୁ ଦେବେ'

ସଭା ସମିତି, ରାଲି ପରେ ଆଜି ଡୋର ଟୁ ଡୋର କ୍ୟାମ୍ପନିଂ କରି ଶେଷ ଥର ପାଇଁ ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରାଯିବ। ଧାମନଗର ଉପନିର୍ବାଚନ ପ୍ରଚାର ମୈଦାନକୁ ଗତକାଲି ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକବିଜେଡି ପ୍ରାର୍ଥୀଙ୍କ ପାଇଁ ସେ ସିଧାସଳଖ ନୁହେଁ, ଭର୍ଚୁଆଲ୍‌ରେ ପ୍ରଚାର କରିଥିଲେ। ଧାମନଗରର ଉପନିର୍ବାଚନ ପାଇଁ ଆସନ୍ତା ୩ ତାରିଖରେ ଭୋଟ୍ ପଡ଼ିବାକୁ ଯାଉଥିବା ବେଳେ ୬ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Advertisment
Dhamnagar Bypoll BJD Sura Routray Congress BJP Congress MLA Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ