• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା । ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଦିଲ୍ଲୀ ଅବକାରୀ ସ୍କାମ ମାମଲାରେ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ସିବିଆଇ ଏବଂ ଇଡି ଦ୍ୱାରା ତାଙ୍କ ବିରୋଧରେ ଯାଞ୍ଚ କରାଯାଇଥିବା ମାମଲାର ଶୁଣାଣି କରି ଜାମିନ୍ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଥିବା ମାମଲାଗୁଡ଼ିକରେ ଧାରା ୪୫ ଅନୁଯାୟୀ ଜାମିନ ପ୍ରଦାନ କରାଯାଇଛି ।

ପୂର୍ବରୁ ମଦ ନୀତି ସ୍କାମ୍‌ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌ ହୋଇଥିଲା । ଗତ ଜୁଲାଇ ୭ ତାରିଖରେ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌ କରିଥିଲା ଇଡି । ଏଥି ସହ ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍‌ କରିଥିଲା ଇଡି । ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ୨ଟି ବିଲ୍ଡିଂ ଆଟାଚ ହୋଇଥିବା ବେଳେ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍‌ କରାଯାଇଥିଲା ।

ସେହିପରି ଏହି ମାମଲାରେ ଅମନଦୀପ ସିଂ ଧଲ, ରାଜେଶ ଯୋଶୀ, ଗୌତମ ମଲହୋତ୍ରା ଏବଂ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ୫୨.୨୪ କୋଟି ଟଙ୍କା ସମ୍ପତ୍ତି ଇଡି ଆଟାଚ୍‌ କରିଥିଲା । ଖାଲି ସେତିକି ନୁହେଁ, ମନୀଷ ସିସୋଦିଆ ଏବଂ ତାଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସମ୍ପତ୍ତି ଢ଼େର ଅଧିକ ରହିଥିବା ଇଡି ସୂଚନା ଦେଇଥିଲା ।