Advertisment

'ମୁଁ ଆଉ ନିର୍ବାଚନ ଲଢ଼ିବିନି, ମୋ ପୁଅ ଲଢ଼ିବ...' ଜନ୍ମଦିନରେ କହିଲେ ସୁର

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରର ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଶୁଭେଚ୍ଛୁ।

ଅଦ୍ୟତନ ହୋଇଛି
MLA Sura Routray's Birthday Celebration

Birthday Celebration of Sura Routray

Advertisment

୮୦ ବର୍ଷରେ ସୁର । କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରର ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଶୁଭେଚ୍ଛୁ। ସୁରେଶ ରାଉତରାୟ ଏବେ କଂଗ୍ରେସ ଦଳର ଜଟଣୀ ବିଧାୟକ ଅଛନ୍ତି। ବିଭିନ୍ନ ସମୟରେ ସରକାରଙ୍କୁ କଟୁ ସମାଲୋଚନା ସହ କଟାକ୍ଷ କରିବାରେ ମାହିର ସୁର। ତାଙ୍କ ୮୦ ତମ ଜନ୍ମ ଦିନରେ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। 

Advertisment

ଅନ୍ୟପଟେ ସୁର କହିଛନ୍ତି- ମୁଁ ଆଉ ନିର୍ବାଚନ ଲଢ଼ିବିନି, ମୋ ପୁଅ ମନ୍ମଥ ନିର୍ବାଚନ ଲଢ଼ିବ। ସୁରଙ୍କ ପୁଅ ମନ୍ମଥ କହିଛନ୍ତି ଯେ ମୋ ବାପା ୮୦ ବର୍ଷରେ ପଦାର୍ପଣ କଲେ, କିନ୍ତୁ ତାଙ୍କ ଭିତରେ ଏତେ ବଳ ଆସୁଛି କେଉଁଠୁ, ଏହା ମୋତେ ଆଶ୍ଚର୍ଯ୍ୟ କରେ। ଏହାର ମୂଳ କାରଣ ହେଉଛି ଲୋକଙ୍କ ଭଲପାଇବା, ଏଠି କାହାଙ୍କୁ ନିମନ୍ତ୍ରଣ କରାଯାଇନି କିନ୍ତୁ ସମସ୍ତେ ଆସିଛନ୍ତି। 

Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ